ଆଶା ସାଥୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦା


କଟକ, ୧୦/୦୨ : ଆଶା ଭାବେ କାର୍ଯ୍ୟକରି ୨୦୧୩ ମସିହାଠାରୁ ଆଶଶ ଓ ଆଶା ସାଥୀମାନଙ୍କର ଦେଖାଦେଉଥିବା ସମସ୍ୟା ଦୂରୀକରଣ ପାଇଁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସଭାନେତ୍ରୀ ନିରୋଦ ନଳିନୀ ରାଉତ, ସାଧାରଣ ସଂପାଦିକା ସୁମିତ୍ରା ଆଚାର୍ଯ୍ୟ, ସଂପାଦିକା ସୁଜାତା ସାହୁ, ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଗୈାରାଙ୍ଗ ଚରଣ ରଥ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୦୬ ମସିହାଠାରୁ ଆଶା କର୍ମୀ ଭାବେ କାର୍ଯ୍ୟ କରି ୨୦୧୩ ମସିହାଠାରୁ ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଡି. ଲିଂକିଙ୍ଗ୍ କରି ଅକ୍ଟୋବର ୨୦୧୮ଠାରୁ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ତେବେ ଏହି ଆଶା ସାଥୀମାନେ ମାସିକ ମାତ୍ର ୩୦୦୦ ଟଙ୍କାରେ କରୁଥିବା ବେଳେ ଏମାନେ ଆଶା କର୍ମୀମାନଙ୍କୁ ପ୍ରୋତ୍ସାହନ ଦେଇ ଏନ୍‌ଏଚ୍‌ଏମ୍‌କୁ ସଫଳ କରାଇଛନ୍ତି । କିନ୍ତୁ ଆଶା ସାଥୀମାନଙ୍କର ସମସ୍ୟାଗୁଡିକ ପ୍ରତି ସରକାର ଆଖିବୁଜି ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬୦୦୦ ଟଙ୍କା ପ୍ରଦାନ, ୟୁନିଫର୍ମ ଲାଗୁ, କାର୍ଯ୍ୟ ଦକ୍ଷତା ପ୍ରଶିକ୍ଷଣ, ୧୩ ବର୍ଷ ଧରି ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ଇନ୍ସ୍ୟୁରାନ୍ସ ଏବଂ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବାକୁ ଦାବି କରାଯାଇଛି ।

Comments