ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡଠାରେ ସମ୍ଭାଗସ୍ତରୀୟ ଟୋଲି ବୈଠକ



କେନ୍ଦୁଝର, ୧୧/୦୨  : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଉତ୍ତର ସମ୍ଭାଗ ଟୋଲି ବୈଠକ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଦିବାକର ଘୋଷ ଉପସ୍ଥିତ ରହି ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ଏହି ବୈଠକରେ ଶିକ୍ଷା ବିକାଶ ସମିତିର ସଂପାଦକ ଡଃ ଲକ୍ଷ୍ମୀକାନ୍ତ ମହାରଣା, ଉତ୍ତର ସମ୍ଭାଗ ସଭାପତି ସତ୍ୟନାରାୟଣ ମିଶ୍ର, ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତ, ସଂଯୋଜକ ସୁକାନ୍ତ କୁମାର ବେହେରା, କେନ୍ଦୁଝର ବିଭାଗ ପ୍ରମୁଖ ଦୟାନିଧି ମହାନ୍ତ, ମୟୁରଭଞ୍ଜ ବିଭାଗ ପ୍ରମୁଖ, କେନ୍ଦୁଝର ବିଭାଗ ପ୍ରମୁଖ ଶ୍ରୀନିବାସ ପ୍ରଧାନ ଓ ଜୀତୁରାମ ମହାନ୍ତ ଯୋଗ ଦେଇଥିଲେ । ଏହି ବୈଠକରେ କେନ୍ଦୁଝର ମୟୁରଭଞ୍ଜ ଜିଲ୍ଲାର ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ସଂକୁଳ ପ୍ରମୁଖ ଓ ସଂକୁଳ ସଂଯୋଜକ ଉପସ୍ଥିତ ଥିଲେ । ଉକ୍ତ ବୈଠକକୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କରିଥିଲା ।

Comments