ମୁସଲିମ ସଂଗଠନର ସିଏଏ ବିରୋଧୀ ପ୍ରଦର୍ଶନ ଉପରେ ରୋକ୍‌


ଚେନ୍ନାଇ,୧୯/୨  : ମାଦ୍ରାସ ହାଇକୋର୍ଟ ରାଜ୍ୟରେ ନାଗରିକା ସଂଶୋଧନ ଆଇନ (ସିଏଏ), ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନଗଣନା ପଞ୍ଜିକା (ଏନ୍‌ପିଆର୍‌) ବିରୋଧରେ ମୁସଲିମ୍ ସଂଗଠନଗୁଡ଼ିକଙ୍କ ଦ୍ୱାରା ପ୍ରଦର୍ଶନ କରାଯିବା ଉପରେ ମାନ୍ୟବର ମଦ୍ରାସ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ବିରୋଧ କରି ମୁସଲିମ ସଂଗଠନର କର୍ମୀମାନେ ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ତାମିଲନାଡୁ ବିଧାନସଭାକୁ ଘେରାଓ କରିବା ଲାଗି ଡାକରା ଦେଇଥିଲାବେଳେ ଏଡା ଉପରେ ମାଡ୍ରାସ ହାଇକୋର୍ଟ ରୋକ୍ ଲାଗଇଛନ୍ତି । ପ୍ରକାଶ୍ୟ ଯେ, ତାମିଲନାଡୁର ଇସଲାମିକ ଆଣ୍ଡ ପଲଟିକାଲ ଅର୍ଗାନାଇଜେସନ ଏବଂ ଏହାର ସହଯୋଗୀ ମୁସଲିମ ସଂଗଠନଗୁଡ଼ିକ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ବିରୋଧ କରି ତାମିଲନାଡୁ ବିଧାନସଭା ଘେରାଓ କରିବାକୁ ଆହ୍ୱାନ ଦେଇଥିଲେ । ମାତ୍ର ମାନ୍ୟବର ଅଦାଲତ ଏଯାବତ୍ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର ସଂକ୍ରାନ୍ତରେ ଏଯାବତ କୌଣସି ରାୟ ପ୍ରଦାନ କରିନଥିବାରୁ ଏହା ଏବେ ରାଜ୍ୟରେ ଲାଗୁ ହୋଇନାହିଁ । ଏଣୁ ଏପରିସ୍ଥଳେ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆରକୁ ବିରୋଧ କରି ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମତ ରଖି ମାନ୍ୟବର ହାଇୋକାର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

Comments