ନୂଆଦିଲ୍ଲୀ,୨୭ା୨ : ଉତ୍ତର-ପୂର୍ବ ଦିଲ୍ଲୀରେ ସଂଗଠିତ ହିଂସା ପଛରେ ବିଦେଶୀ ଶକ୍ତିର ହାତ ରହିଥିବା କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଦିଲ୍ଲୀରେ ଯେଉଁ ଭୟଙ୍କର ହିଂସାକାଣ୍ଡ ସାମ୍ନାକୁ ଆସିଲା ଏହା ଅକସ୍ମାକ ନଥିଲା ବୋଲି ତଦନ୍ତକାରୀ ଦଳ ପ୍ରାଥମିକ ଭାବେ ତଥ୍ୟ ହାସଲ କରିଛନ୍ତି । ନିର୍ଦ୍ଦିଷ୍ଟ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଉସ୍କାଇବା ପାଇଁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ବେଶ୍ ସୁପରିକଳ୍ପିତ ଷଡଯନ୍ତ୍ର ରଚିଥିଲା ବୋଲି ମଧ୍ୟ କୁହାଯାଉଛି । ଆଇଏସ୍ଆଇ ଷଡଯନ୍ତ୍ରରେ ପିଏଫ୍ଆଇ ସାମିଲ ହୋଇଥିବା ମଧ୍ୟ କୁହାଯାଉଛି । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ହିଂସା ପଛରେ ପିଏଫ୍ଆଇ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ରିପୋର୍ଟ ଇଡିର ହସ୍ତଗତ ହୋଇଥିଲା । ତେବେ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ସମୟରେ ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାରତର ରାଜଧାନୀରେ ଏକ ଭୟଙ୍କର ହିଂସା ଓ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିରେ ଆଇଏସ୍ଆଇ ବେଶ୍ ସଫଳ ହୋଇଥିବା କୁହାଯାଉଛି । ଅନ୍ୟପଟେ ଏପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ ମୃତକଙ୍କ ସଂଖ୍ୟା ୩୮ ଛୁଇଁଛି । ଅନ୍ୟପଟେ ଦିଲ୍ଲୀ ହିଂସାର ତଦନ୍ତ କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍) ବା ଏସ୍ଆଇଟି ଗଠନ କରାଯାଇଛି । ଗତ ରବିବାର ସଂଧ୍ୟାରୁ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ହିଂସାର ଏଯାବତ୍ ୩୮ଜଣ ପ୍ରାଣ ହରାଇଥିବା ସହ ୨୦୦ରୁ ଅଧିକ ଆହତ ହେବା ପରେ କେନ୍ଦ୍ର ସରକାର ଏହି ହିଂସାର ତଦନ୍ତ ପାଇଁ ଆଜି ସଂଧ୍ୟାରେ ଦୁଇଟି ଏସ୍ଆଇଟି ଗଠନ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୧୩୦ଜଣଙ୍କୁ ଗିରଫ କରିଛି ଓ ୪୮ଟି ଏଫ୍ଆଇଆର ଆଗତ କରିଛି । ସେହିପରି ଦିଲ୍ଲୀ ହିଂସା ପାଇଁ ଉତ୍ତେଜକ ଭାଷଣ ଦେଇଥିବା ନେତାଙ୍କ ବିରୁଦ୍ଧରେ ଏଫ୍ଆଇଆର ରୁଜ୍ଜୁ ସମ୍ପର୍କିତ ନିଷ୍ପତ୍ତିର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହୋଇଥିଲା । ଏହାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ଏବଂ ଏହି ସମୟରେ କେନ୍ଦ୍ର ସରକାର ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବେ । ସେହିପରି ଆପ୍ ନେତା ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ମୃତ ଆଇବି ଅଫିସରଙ୍କ ପରିବାରବର୍ଗ ତାଙ୍କ ପୁଅର ମୃତ୍ୟୁ ପଛରେ ତାହିର ହୁସେନଙ୍କୁ ମଧ୍ୟ ଦାୟୀ କରିଛନ୍ତି । ଅନ୍ୟପଟେ ତାହିର ତାଙ୍କ ସଫେଇରେ ନିଷ୍ପକ୍ଷ ଯାଞ୍ଚ ହେବା ଜରୁରୀ ବୋଲି ପ୍ରକାଶ କରିଛନ୍ତି ।

Comments
Post a Comment