ତାଳପତ୍ର ପୋଥି ଓଡିଶାରେ ତାଳପତ୍ର ପୋଥି ପରମ୍ପରା ବହୁ ପ୍ରାଚୀନ । ଓଡିଆ ଲିପିରେ ଖୋଦିତ ତାଳପତ୍ର ପୋଥିର ସଂଖ୍ୟା ଲକ୍ଷ ଲକ୍ଷ । ଲୁହାର ଲେଖନୀରେ ଗୋଲାକାର ଲିପିର ଖୋଦନ ସହଜସାଧ୍ୟ ହୋଇଥିବାରୁ ଓଡିଆ ଲିପିରେ ଖୋଦିତ ପୋଥିର ସଂଖ୍ୟା ସବୁଠୁ ଅଧିକ । ବେଦ ଓ ବୈଦିକ ସାହିତ୍ୟ, ପୁରାଣ, ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ,ଧର୍ମଶାସ୍ତ୍ର ଆଦି ବିଷୟମାନ ତାଳପତ୍ରରେ ଲିଖିତ ହୋଇ ଓଡିଶାର ମଠ, ମନ୍ଦିର, ଗାଦି ତଥା ବ୍ରାହ୍ମଣଶାସନ, ରାଜା ଓ ଜମିଦାରମାନଙ୍କ ଗୃହରେ ସଂରକ୍ଷିତ ହୋଇରହିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ତାଳପତ୍ର ପୋଥି ସବୁ ପ୍ରାଚୀନ ପରମ୍ପରାକୁ ବହନ କରି ଏଯାବତ୍ ଓଡିଆ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି । ହଜାର ହଜାର ବର୍ଷର ପାଣ୍ଡିତ୍ୟ ଓ ଜ୍ଞାନ ଏହି ତାଳପତ୍ର ପୋଥିମାନଙ୍କରେ ଲିପିବଦ୍ଧ ହୋଇ ରହିଛି । କେବଳ ପୁରାଣ, ତନ୍ତ୍ର ବା ଜ୍ୟୋତିଷଶାସ୍ତ୍ର ନୁହେଁ । ମଣିଷ ବଞ୍ଚୁଥିବା ପରିବେଶର ଚିତ୍ରାୟନ ପୋଥିଚିତ୍ରର ଅନ୍ୟତମ ବୈଶିଷ୍ଟ୍ୟ । ପ୍ରାସାଦ, ଅନ୍ତପୁର, ଶେଯ, ପଲଙ୍କ, ମେଢ଼, ଚାମର, ତକିଆ, ଆଦି ଗୃହୋପକରଣ, ତୁରୀ, ଶଙ୍ଖ, ଭେରୀ, ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ର ଓ ଧନୁଶର, ବର୍ଚ୍ଛା, ତ୍ରିଶୂଳ ଓ ଖଣ୍ଡା ଆଦି ଅସ୍ତ୍ରଶସ୍ତ୍ର, ଅଶ୍ୱାରୋହୀ, ପଦାତିକ, ଗଜାରୋହୀମାନଙ୍କ ଯୁଦ୍ଧଯାତ୍ରା, ସରୋବର, ମନ୍ଦିର ରଥ ଏବଂ ନୃତ୍ୟରତା ନାରୀମାନଙ୍କ ଚିତ୍ର ତଥା ପଶାଖେଳର ଦୃଶ୍ୟ ଓଡିଆମାନଙ୍କର ସାଂସ୍କୃତିକ ଓ ସାମାଜିକ ଜୀବନର ସୂକ୍ଷ୍ମ ଅଭିବ୍ୟକ୍ତି ତାଳପତ୍ର ପୋଥିରେ ଖୋଦିତ ହୋଇ ରହିଛି ।

Comments
Post a Comment