ବେଙ୍ଗାଲୁର,୨୦/୨ : କଥାରେ ଅଛି ଭକ୍ତର କୌଣସି ଧର୍ମ ବା ଜାତି ନଥାଏ । ଯଦି ସେ ଭକ୍ତିପୂତ ଭାବେ ଈଶ୍ୱରଙ୍କୁ ଆରାଧନା କରେ ତା’ହେଲେ ସେ ଯେ କୌଣସି ଧର୍ମ ବା ଜାତିର ହୋଇଥିଲେ ସୁଦ୍ଧା ତାକୁ ଈଶ୍ୱରଙ୍କ ସାନ୍ନିଧ୍ୟତା ଲାଭ ହୋଇଥାଏ । ପୂର୍ବରୁ ଭକ୍ତ ସାଲବେଗଙ୍କ କ୍ଷେତ୍ରରେ ଏଭଳି ହୋଇଥିଲାବେଳେ ଏବେ କର୍ଣ୍ଣାଟକରେ ଏହା ସତ୍ୟ ପ୍ରମାଣିତ ହୋଇଛି । ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଳାରେ ଅବସ୍ଥିତ ଏକ ଲିଙ୍ଗାୟତ ମଠରେ ଜନୈକ ମୁସଲିମ ଯୁବକ ମୁଖ୍ୟ ପୂଜାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ମୁିଲିମ୍ ଯୁବକଙ୍କ ନାମ ଦୀୱାନ ଶରୀଫ ରହମାନସାବ ମୁଲ୍ଲା ହୋଇଥିଲାବେଳେ ତାଙ୍କୁ ଆସୂତି ଗ୍ରାମରେ ଅବସ୍ଥିତ ମୁରୁଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାମ ମଠର ମହନ୍ତ ଭାବେ ନିଯୁକ୍ତି ମିଳିଛି । ୩୩ ବର୍ଷୀୟ କୋରାନଶ୍ୱରା ଆସନ୍ତା ୨୬ ତାରିଖରେ ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲାଟି ବେଳୁ ସେ ଦ୍ୱାଦଶ ଶତାବ୍ଦୀର ସୁଧାରକ ବସୱନ୍ନାଙ୍କ ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇଥିଲେ । ସେ ଆଗକୁ ସାମାଜିକ ନ୍ୟାୟ ଏବଂ ସଦ୍ଭାବନା ସହ ବସୱାନ୍ନାଙ୍କ ଆଦର୍ଶକୁ ପାଥେୟ କରି କାମ କରିବେ ବୋଲି ଦୀୱାନ ଶରୀଫ କହିଛନ୍ତି । ତେବେ ଆସୂତି ଗ୍ରାମରେ ଅବସ୍ଥିତ ମୁରୁଗରାଜେନ୍ଦ୍ର କୋରାନେଶ୍ୱରା ଶାନ୍ତିଧାମ ମଠ କର୍ଣ୍ଣାଟକର କଲବର୍ଗୀସ୍ଥତ ଖଜୁରୀ ଗ୍ରାମର ୩୫୦ ବର୍ଷ ପୁରୁଣା ମଠ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିଲାବେଳ ବହୁ ବର୍ଷ ତଳେ ଏହି ମଠର ନିର୍ମାଣ ଲାଗି ଶରୀଫଙ୍କ ପିତା ୨ ଏକର ଜମି ପ୍ରଦାନ କରିଥିଲେ ।

Comments
Post a Comment