ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ


ଯୋଡା: ବିଲେଇପଦା ପଶୁପତି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ବିଲେଇପଦା ସରକାରୀ ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ କୁମାର ସାହୁ ଏବଂ ସମ୍ମାନୀତ ଅତିଥିରୁପେ ବିଲେଇପଦା ଉ.ପ୍ରାବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ସାହୁ ଯୋଗଦାନ କରି ଜାତୀୟ ବିଜ୍ଞାନ ଦିବସ ପାଳନର ମହତ୍ୱ ସମ୍ପର୍କରେ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିବା ସହିତ ଶିଶୁଙ୍କ ବିଜ୍ଞାନ ପ୍ରକଳ୍ପ ଷ୍ଟଲ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଶ୍ନମଞ୍ଚ ,ପତ୍ରବାଚନ,ଜୀବନୀକଥନ ପ୍ରକଳ୍ପ ପ୍ରଦର୍ଶନ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଶିଶୁ,ବାଲ ଓ କିଶୋର ବିଭାଗରେ ସମସ୍ତ ପ୍ରତିଯୋଗିତାରେ ମୋଟ ୧୮୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ଲୀନା ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ପରେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ମୁଖ୍ୟଅତିଥିଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା

Comments