ପାକିସ୍ତାନ ଗୁଇନ୍ଦା ସଂସ୍ଥା କସାବକୁ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା

କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା ।
ନଅୂାଦଲିୀ୍ଲ,୧୮ା୨: ମମ୍ବୁାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ଆଜମଲ କସାବକୁ ନେଇ ନଅୂା ତଥ୍ୟ ପଦାକ ୁଆସଛି ।ି କସାବକୁ ପାକିସ୍ତାନ ହିନ୍ଦୁ ଆତଙ୍କବାଦୀ ସଜାଇ ମାରିବାକୁ ପ୍ରୟାସ କରିଥିଲା । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିୟା ନିଜ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ ଜରିଆରେ ଏହି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଚାହୁଁଥିଲା ଭାରତ କସାବକୁ ଜଣେ ହିନ୍ଦୁ ବୋଲି
ମାନିନେଉ ଏବଂ ଏଥିପାଇଁ ଆଇଏସ୍‌ଆଇ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗକୁ ସୁପାରି ଦେଇଥôଲା ବୋଲ ିରାକେଶ ତାଙ୍କ ପସ୍ତୁକରେ ଉଲେଖ୍ଲ କରଛିନ୍ତ ।ି ପସ୍ତୁକର ୁହସ୍ତଗତ ତଥ୍ୟ ଅନସୁାରେ, କସାବର ପରଚିୟ ବେଙ୍ଗାଲରୁୁ ନିବାସୀ ସମୀର ଦିନେଶ ଚୌଧୁରୀ ନାମରେ କରାଯାଇଥିଲା । ଏଥିପାଇଁ ପରିଚୟପତ୍ର ପ୍ରସ୍ତୁତ ହୋଇଥିଲଶ ଏବଂ ତା’ର ହାତରେ ଲାଲ୍ ରଙ୍ଗର ରକ୍ଷା ସୂତ୍ର ବନ୍ଧା ଯାଇଥିଲା । ଲସ୍କର-ଏ-ତୋଇବା ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ବୋଲି ଦର୍ଶାଇବାକୁ ଚାହୁଁଥିଲା । ତେଣୁ କସାବକୁ ବେଙ୍ଗାଲୁରୁ ନିବାସୀ ସମୀର ଚୌଧୁରୀ ଭାବେ ଦର୍ଶାଯିବା ସହିତ ସମସ୍ତ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥା ତାକୁ କିପରି ଆତଙ୍କବାଦୀ ପରିଚୟ ଦେଇ ଖବର ପସ୍ରାରଣ କରେିବ ସେ ନେଇ ଲସ୍କର ଯୋଜନା କରିଥିଲା । ରାକେଶ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ, କସାବ ଲୁଟ୍‌ପାଟ ଉଦ୍ଦେଶ୍ୟ ନେଇ ଲସ୍କର ସଂଗଠନରେ ସାମିଲ ହୋଇଥିଲା । ଜିହାଦ ନେଇ ତା’ ମନରେ କୌଣସି ଚିନ୍ତାଧାରା ନଥିଲା ।

Comments