୮ଟି ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ପାଇଁ ଦାବି

ନୂଆଦିଲ୍ଲୀ, ୨୮/୨  : ଦେଶରେ ଥିବା ୮ଟି ରାଜ୍ୟରେ ଅନ୍ୟ ଧର୍ମାବଲମ୍ବୀଙ୍କ ତୁଳନାରେ ଅପେକ୍ଷାକୃତ କମ୍ ହିନ୍ଦୁ ରହୁଥିବାରୁ ସେମାନଙ୍କୁ ସଂଖ୍ୟାଲଘୁ ବୋଲି ଘୋଷଣା କରାଯାଉ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ମାନ୍ୟବର ଅଦାଲ ତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଏ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ସରକାର ଓ ସଂଖ୍ୟାଲଘୁ ମନ୍ତ୍ରାଳୟକୁ କୈଫିୟତ ତଲବ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଇ ୪ ତାରିଖରେ ହେବ । ଆବେଦନକାରୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ।

Comments