କୋଣାର୍କ: ଶୁକ୍ରବାର ପୂର୍ବାହ୍ନରେ ଏଏସଆଇ ପକ୍ଷରୁ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଜାତୀୟ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି ସମ୍ମିଳନୀରେ ଏଏସଆଇ ଡିଜି ଉଷା ଶର୍ମା,ଆମିକସ କ୍ୟୁରି ଏନକେ ମହାନ୍ତି,ରାଜ୍ୟ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ,ପ୍ରଫେସର ଜିସି ମିତ୍ର,ଜିଲ୍ଲାପାଳ ବଲୱନ୍ତ ସିଂ,ସର୍କଲ ସୁପରଡଟେଣ୍ଡଟ ଅରୁଣ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ସୂର୍ଯ୍ୟମନ୍ଦିରର ସୂରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । କୋଣାର୍କ ସୂର୍ଯ୍ୟମନ୍ଦିର ହେଉଛି ଇତିହାସର ବଡ କିର୍ତିରାଜି । ଆଜିର ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ ଅଟେ । ଜଗମୋହନରେ ବାଲି ଭର୍ତି,ବର୍ଷା ଜଳ ନିଷ୍କାସନ,ମନ୍ଦିରର ସଂରକ୍ଷଣ କାର୍ଯ୍ୟକୁ ଏଏସଆଇ ସଠିକ ଭାବେ ତୁଲାଉଛି । ଶନିବାର ବିସ୍ତୁତ ଆଲୋଚନା କରାଯିବ ବୋଲି ଡିଜି ଶ୍ରୀମତି ଶର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ । ଜଗମୋହନ ଭିତରେ ଭର୍ତି ହୋଇଥିବା ବାଲି କଢାଯିବ କିନାହିଁ,ସୂର୍ଯ୍ୟମନ୍ଦିରର ବର୍ତମାନ ସ୍ତିତି କିଭଳି ରହିଛି,କେମିକାଲ କାର୍ଯ୍ୟ ସଠିକ ଭାବେ ହେଉଛି କିନାହିଁ ସେ ସଂପର୍କରେ ଗୁରୁତ୍ୱ ଆରୋପ କରିଥିଲେ ଆମିକସ କ୍ୟୁରି । ସେହିଭଳି କୋଣାର୍କ ସୂର୍ଯ୍ୟମନ୍ଦିରର କଳାକୃତି ବିଶ୍ୱରେ ଅତୁଳନୀୟ । ଏଏସଆଇ ଓ ରାଜ୍ୟ ସଂସ୍କୃତି ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ । ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କୋଣାର୍କ ବିପଦରେ,କାରୁକାର୍ଯ୍ୟ ପଥର ବଦଳରେ ସାଧା ପଥର ଲାଗୁଛି ଭଳି ଖବର ପ୍ରସାରିତ ହୋଇଥିଲା । ଏହି ଖବର ପଢି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଥିଲେ ସଂସ୍କୃତି ସଚିବ ଶ୍ରୀପାଣିଗ୍ରାହୀ । ଦ୍ୱିତୀୟ ଅଧିବେଶନରେ ଡିଜିଙ୍କ ସହିତ ଅନ୍ୟ ଅଧିକାରୀମାନେ ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ତାନ ଅନୁଧ୍ୟାନ କରିଥିଲେ । ନାଟ୍ୟମନ୍ଦିର, ଜଗମୋହନ ଦ୍ୱାର,ଉତର ଓ ଦକ୍ଷିଣ ଦ୍ୱାର ବୁଲି ଦେଖିଥିଲେ । ସୂଚନା ଥାଉକି ୨୦୧୦ ମାର୍ଚ୍ଚ ମାସରେ ବିଶେଷଜ୍ଞମାନଙ୍କୁ ନେଇ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଶେଷଜ୍ଞମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗତ ୨୦୧୧ମସିହା ଜୁନ ୧୭ତାରିଖରେ ଏଏସଆଇ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗୋଟିଏ ଷ୍ଟିୟରିଂ କମିଟି ଓ ଦୁଇଟି ୱାର୍କିଂ ଗୃପ୍ ଗଠନ କରାଯାଇଥିଲା । ପରେ ପ୍ରଫେସର ଜି.ସି. ମିତ୍ରଙ୍କ ଅଧ୍ୟକ୍ଷତାରେ ୱାର୍କିଂ ଗୃପ୍ -୧ର ପ୍ରଥମ ବୈଠକ ୨୦୧୧ମସିହା ଜୁଲାଇ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଶେଷ ଥର ପାଇଁ କୋଣାର୍କ ଏଏସଆଇ କାର୍ଯ୍ୟାଳୟ ପରିସରରେ ୨୦୧୨ ନଭେମ୍ବର ମାସରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲେ ମଧ୍ୟ କୈାଣସି ସୂଚନା ସାର୍ବଜନୀନ ହୋଇନାହିଁ ।

Comments
Post a Comment