ଭାରତୀୟ ମଜଦୁର ସଂଘ ଦ୍ୱାରା ଆଶା ସାଥୀ ସଂଘର ୫ ଦଫା ଦାବୀ ପତ୍ର ପ୍ରଦାନ


ରାୟଗଡା,ରାଜ୍ୟ ତଥା ଜିଲ୍ଲାରେ କାର୍ଯ୍ୟରତ ଆଶା ସାଥି ମାନଙ୍କୁ ସରକାର ଅଣଦେଖା କରୁଥିବା ପ୍ରତିବାଦରେ ଆଶା ସାଥୀ ସଂଘ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତବନ୍ଧୁ ନାୟକଙ୍କ ଜରିଆରେ ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିକଟକୁ ପ୍ରେରିତ କରାଯାଇଛି । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଆଶା ସାଥୀ ସଂଘର କର୍ମକର୍ତା ମାନେ ଏକ ର‌୍ୟାଲିରେ ବାହାରି ମୁଖ୍ୟ ଚିକିତ୍ସାଳୟରେ ପହଂଚି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଦାବୀ ପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଜିଲ୍ଲା ସଂପାଦକ ଖଗେଶ୍ୱର ସିଂ, ମହନ ରାଓ ମାଝି, ଉଷାରାଣୀ ଦାସ, ଆଶା ସାଥୀ ସଂଘର ଜିଲ୍ଲା ସଭାପତି ମଂଜୁଳା ନେମାଲପୁରୀ, ସଂପାଦିକା ପଦ୍ମିନୀ ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଶା ସାଥୀ ସଂଘ ତରଫରୁ ଆଶା କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ସରକାରଙ୍କ ଘୋଷଣା ଅନୁସାରେ ୬ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ, ୟୁନିଫର୍ମ ଲାଗୁ କରିବା, ଆଶା ସାଥୀ ମାନଙ୍କୁ କାର୍ଯ୍ୟ ଦକ୍ଷତା କରିବା ନିମନ୍ତେ ଟ୍ରେନିଂ ଦିଆଯିବା, ୧୩ ବର୍ଷ ଧରି କାମ କରି ଆସୁଥିବା ଆଶା ଓ ଆଶା ସାଥୀ କର୍ମଚାରୀ ମାନଙ୍କୁ ବୀମା ଏବଂ ମୃତ୍ୟୁ କାଳନୀ ସହାୟତା ପ୍ରଦାନ କରିବା ଇତ୍ୟାଦି 

Comments