କଟକ, ତା୨୯ା୨ – ରାଷ୍ଟ୍ରୀୟସ୍ୱୟଂସେବକସଂଘ (ଆର୍ଏସ୍ଏସ୍)ର ପୂର୍ବତନ ପ୍ରାନ୍ତପ୍ରଚାରକସ୍ୱର୍ଗତହରିହର ନନ୍ଦଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀଉପଲକ୍ଷେଶୁକ୍ରବାରସନ୍ଧ୍ୟାରେସ୍ଥାନୀୟକଲେଜଛକସ୍ଥିତସରସ୍ୱତୀବିଦ୍ୟାମନ୍ଦିରଠାରେ ଏକ ସ୍ମୃତିସଭା ଅନୁଷ୍ଠିତହୋଇଥିଲା । ଭାରତୀୟସଂସ୍କୃତି ପ୍ରଚାରସମିତି ପକ୍ଷରୁ ଆୟୋଜିତଏହିକାର୍ଯ୍ୟକ୍ରମରେସମିତିରସଭାପତିଡକ୍ଟର ନାରାୟଣମହାନ୍ତି ଅଧ୍ୟକ୍ଷତାକରିଥିଲେ । ଅଧ୍ୟାତ୍ମତତ୍ତ୍ୱବିତ୍ସ୍ୱାମୀଜୀବନମୁକ୍ତାନନ୍ଦ ପୁରୀମୁଖ୍ୟଅତିଥି ଓ ‘ରାଷ୍ଟ୍ରଦୀପ’ର ପୂର୍ବତନ ସମ୍ପାଦକ ଶ୍ରୀଜଗବନ୍ଧୁମିଶ୍ରମୁଖ୍ୟବକ୍ତାରୂପେ ଯୋଗଦେଇଥିଲେ । ସମିତିରସମ୍ପାଦକ ନୃସିଂହଚରଣ ପଣ୍ଡା ପ୍ରାରମ୍ଭିକସୂଚନା ଦେବା ପରେକୋଷାଧ୍ୟକ୍ଷସତ୍ୟନାରାୟଣମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟବକ୍ତାଶ୍ରୀମିଶ୍ରକହିଲେ ଯେ, ସ୍ୱର୍ଗତ ନନ୍ଦ ଏକାଧାରରେସୁବକ୍ତା, ସାହିତ୍ୟିକ, ସାମ୍ବାଦିକ ଓ ସୁସଂଗଠନ ଥିଲେ । ତାଙ୍କର ଲେଖନୀଚାଳନାଦ୍ୱାରାଓଡିଆସାହିତ୍ୟରବିଭିନ୍ନବିଭାଗ ପରିପୁଷ୍ଟହୋଇଛି । ଶେଷରେ ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା ଧନ୍ୟବାଦ ଅର୍ପଣକରିଥିଲେ ।
Comments
Post a Comment