ବେଗୁନିଆ,୨୩/୨ : ବେଗୁନିଆ ବ୍ଲକ ଅନ୍ତର୍ଗତ କଂଟାବାଡ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ପୂର୍ବାହ୍ନରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ପ୍ରଥମେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ଧରିତ୍ରୀ ମହାପାତ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ,ଖୋର୍ଦ୍ଧା ଜିଲ୍ଲା ବିଭାଗ ପ୍ରମୁଖ ଶିକ୍ଷାବିତ କୁଳମଣି ମିଶ୍ର, ଅନୁଷ୍ଠାନର ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ବରିଷ୍ଠ ସଭ୍ୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
Comments
Post a Comment