ରାୟଗଡା: ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତୋପନ୍ତ ଠୋଙ୍ଗିଡିଙ୍କ ଶତବାର୍ଷିକ ଜୟନ୍ତ ରାୟଗଡା ମଜଦୁର ସଂଘ ଶାଖା ତରଫରୁ ପାଳିତ ହୋଇଯାଇଅଛି । ରାୟଗଡା ସହର ସ୍ଥିତ ଶିରିଡି ସାଇ ମନ୍ଦିର ପଡିଆ ଠାରେ ଆୟୋଜିତ ଜୟନ୍ତିରେ ସଂଘର ସଭାପତି ଯୋଗେଶ୍ୱର ଦାସ, ଉପ-ସଭାପତି ମୋହନ ରାଓ ମାଝି, କୋଷାଧ୍ୟକ୍ଷ ଉଷାରାଣୀ ଦାସ, ଜୟନ୍ତି ସାହୁ, ସସ୍ମିତା ବାଗ, ପଦ୍ମିନୀ ପଡିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଂପାଦକ ଖଗେଶ୍ୱର ସିଂହଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀଦାସ ନିଜ ବକ୍ତବ୍ୟରେ ଦତୋପନ୍ତ ଠୋଙ୍ଗିଡି ସବୁବେଳେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ କାମ କରିଆସୁଥିଲେ ବୋଲି ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ କର୍ମକର୍ତା ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସମସ୍ତ ସଂଘର କର୍ମକର୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments
Post a Comment