ଭୁବନେଶ୍ୱର, ୧୯ ଫେବୃଆରୀ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ହିସାବରେ ଅବଗତ କରାଇ ଦେବା ପାଇଁ ଚାହୁଁ, ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆଜିଠୁ ସାରାରାଜ୍ୟରେ ଆରମ୍ଭ ହୋଇଥିଲା କିନ୍ତୁ ନିହାତି ଦୁର୍ଭାଗ୍ୟ ଘଟଣା ଆଜିଠୁ ଆରମ୍ଭ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି ବୋଲି ବିଭିନ୍ନ ପ୍ରକାର ଗୂମାଧ୍ୟମ ଏବଂ ସମାଜିକ ଗଣମାଧ୍ୟମ ଦ୍ୱାରା ସମସ୍ତଙ୍କ ସାମ୍ନାକୁ ଆସିଛି । ପ୍ରତିବର୍ଷ ପୂର୍ବରୁ ଅନେକ ଥର ଅବଗତ କରିବା ସତ୍ୱେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେଉଛି ।କେବଳ ମ୍ୟାଟ୍ରିକ ନୁହେଁ ସିଟି,ବିଇଡ, ଠଟିଇଟି,ବିଭିନ୍ନ ପରିକ୍ଷା ରେ ତ୍ରୁଟି ଦେଖାଯାଉଛି । ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତୀକୁ ଦର୍ଶାଉଛି । ପ୍ରତିବର୍ଷ ପ୍ରଶ୍ନପତ୍ର ଲିକ୍ ହେବା ପରେ ଉଭୟ ବୋର୍ଡ କର୍ତ୍ତୃପକ୍ଷ ଓ ଶିକ୍ଷା ମନ୍ତ୍ରୀ କୈାଣସି ପଦକ୍ଷେପ ନେଉନାହାନ୍ତି । ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କ୍ୟାପିଟାଲ ପୋଲିସ ଥାନାରେ ଏତଲା ଦିଆଯାଇଛି । ବିଦ୍ୟାର୍ଥୀ ପରିଷଦ ଏହା ଦାବି କରୁଛି, ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଲା ଦେବା ସମୟରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ, ସୋମୁ ଦେ, ଭାବରନ ବେହେରା, ଗୋପବନ୍ଧୁ ଜେନା, ସ୍ୱୟମଜିତ୍ ପଟ୍ଟନାୟକ, ମିଲନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment