ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ମୈାଲବୀ ଗିରଫ


କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମରେ ଜନୈକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ମୈାଲବୀ ଅବଦୁଲ ସଲାମ(୪୨)ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପିଡିତା ନାବାଳିକାର ମାତାଙ୍କ ଅଭିଯୋଗକୁ ଆଧାରକରି ପୋଲିସ ୩୬/୨୦୨୦ରେ ଆଇପିସିର ଦଫା ୨୯୪, ୩୪୧, ୩୪୨, ୩୫୪, ୫୦୬, ୫୦୯ ଓ ପୋକ୍ସୋ ଆଇନର ୧୨ଦଫାରେ ଗିରଫ କରି କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲେ । ଜାମିନ ନାମଞ୍‌ଜୁର ହେବାରୁ ଅଭିଯୁକ୍ତଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି ।

Comments