ଅଖିଳ ଭାରତୀୟ ପ୍ରତିନିଧି ସଭା ସ୍ଥଗିତ

ଭୁବନେଶ୍ୱର:ମହାମାରୀ COVID-୧୯ ର ଗମ୍ଭୀରତାକୁ ଧ୍ୟାନରେ ରଖି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସୂଚନା ତଥା ପରାମର୍ଶ ଯୋଗୁଁ ବାଙ୍ଗଲୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିନିଧି ସଭାକୁ ସ୍ଥଗିତ ରଖାଗଲା । ସମସ୍ତ ସ୍ୱୟଂସେବକ ନିଜ ନିଜ ଅଞ୍ଚଳରେ ଜନଜାଗରଣ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ସହିତ ଏହାର ମୁକାବିଲା କରିବା ପାଇଁ ଶାସନ ଓ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସଂଘର ମାନନୀୟ ସରକାର୍ଯ୍ୟବାହ ଭୟାଜୀ ଯୋଶୀ ନିବେଦନ କରିଛନ୍ତି । 

Comments