ନୂଆଦିଲ୍ଲୀ, ୧୬/୩ : ଦିଲ୍ଲୀ ହିଂସା ସମୟରେ ସୁପରିକଳ୍ପିତ ଯୋଜନାନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦବାଗ ଠାରେ
ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଅଧିକାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯିବା ପଛରେ ଆପ୍ରୁ ନିଲମ୍ବିତ ବିଧାୟକ ତାହିର ହୁସେନର ହାତ ଥିବା ଜାଣିପାରି ଦିଲ୍ଲୀ ପୁଲିସ ତାକୁ ଗିରଫ କରିବା ସହ ଅଧିକ ପଚରା
ଉଚରା ଲାଗି ୪ ଦିନିଆ ହେପାଜତରେ ନେଇଛି । ଏଥିପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀରେ ଗତ ଫେବୃୟାରୀ ୨୩ରୁ ୨୫ ତାରିଖ ମଧ୍ୟରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସଂଗଠିତ ବ୍ୟାପକ ହିଂସା ଓ ଜଳାପୋଡ଼ା ମାମଲାରେ ମଧ୍ୟ ତାହିରକୁ ଦିଲ୍ଲୀ ପୁଲିସ ଗିରଫ କରି ୫ ଦିନିଆ ହେପାଜତରେ ନେଇଥିଲା । ପ୍ରକାଶ୍ୟ ଯେ, ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ପରେ ଥାନାରେ ତାଙ୍କ ବାପା ଏହି ସୁନିୟୋଜିତ ହତ୍ୟା ପଛରେ ଆପ୍ ବିଧାୟକ ତାହିରର ହାତ ଥିବା ତାଙ୍କ ବାପା ଥାନାରେ ଏତଲା ଦେବା ପରେ ପୁଲିସ ଏହାର ତଦନ୍ତ ଚଳାଇଥିଲା । ମୃତ ଅଙ୍କିତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ପ୍ରାୟ ୪ଶହ ଥର ଛୁରୀ ଭୁଷା ଯାଇଥିଲା ଏବଂ ଏଥିଯୋଗୁଁ ତାଙ୍କର ପ୍ରବଳ ରକ୍ତପାତ ହୋଇ ସେ ମୃତ୍ୟୁବରଣ କରିଥିଲେ ବୋଲି ଦର୍ଶାଯାଇଛି । ଏହି ହତ୍ୟା ମାମଲାରେ ଗିରଫ ତାହିରର ଭାଇ ଶାହା ଆଲାମକୁ ପୁଲିସ ଗିରଫ କରିସାରିଛି ।
ଏହି ଦଙ୍ଗାରେ ୭ଶହରୁ ଊର୍ଦ୍ଧ୍ୱ ଦଙ୍ଗାକାରୀଙ୍କ ବିରୋଧରେ ଦିଲ୍ଲୀର ବିଭିନ୍ନ ଥାନାରେ ଏତଲା ରୁଜୁ ହୋଇଥିଲାବେଳେ ଏଯାବତ୍ ୨୬୪୭ ଜଣଙ୍କୁ ପଚରା ଉଚୁରା ପାଇଁ ପୁଲିସ ଥାନାରେ ଅଟକ ରଖିଛି । ଦିଲ୍ଳୀ ପୁଲିସ ସୋସିଆଲ ମିଡିଆ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡିଓ ରେକର୍ଡିଂରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରୁଛି । ତେବେ ଦିଲ୍ଳୀ ପୁଲିସ ଏବେ ଅତ୍ୟାଧୁନିକ ଫେସ୍ ଆଇଣ୍ଡେଟିଫିକେସନ ସଫ୍ଟୱେୟାର ଜରିଆର ୧୧୦୦ରୁ ଅଧିକ ଲୋକଙ୍କୁ ଦଙ୍ଗାକାରୀ ଭାବେ ଚିହ୍ନଟ କରିସାରିଲାଣି । ଦଙ୍ଗା ପ୍ରଭାବିତ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇର୍ ଦିଲ୍ଳୀ ପୁଲିସର ସ୍ୱତନ୍ତ୍ର ଟିମ୍ର ୮୦ କମ୍ପାନୀ ମୁତୟନ ଥିଲାବେଳେ ଦଙ୍ଗାରେ ସାମିଲ ଥାଇ ଫେରାର ଥିବା ଉପଦ୍ରବକାରୀଙ୍କୁ ଖୋଜି ବାହାର କରିବାକୁ ୪୦ଟି ଟିମ୍ କାର୍ଯ୍ୟରତ ଅଛନ୍ତି ।ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ଉତ୍ତର ପୂର୍ବ ଦିଲ୍ଲୀରେ ସଂଗଠିତ ଦଙ୍ଗାକୁ ପ୍ରସଙ୍ଗ ଏବେ ଲୋକସଭାରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ଲୋକସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଦଙ୍ଗାରେ ଯେଉଁମାନେ ସର୍ବସାଧାରଣ ସମ୍ପତ୍ତିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସେମାନଙ୍କୁ ଚିହ୍ନଟ କରଯାଇ ଗିରଫ କରାଯାଉଛି ଏବଂ ସେମାନଙ୍କ ସମ୍ପତ୍ତିକୁ କୋରକ କରି କ୍ଷତିଗ୍ରସ୍ତ ସମ୍ପତ୍ତିର ଅର୍ଥକୁ ସେମାନଙ୍କ ଠାରୁ ଆଦାୟ କରାଯିବ ।
ଲୋକସଭାରେ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ଦିଲ୍ଲୀ ଦଙ୍ଗାରେ ମୋଟ୍ ୫୨ ଜଣ ମୃତ୍ୟୁବରଣ କରିଥିଲାବେଳ ୫୨୬ ଜଣ ଗୁରୁତର ଆହତ ହୋଇଥିବା ଶ୍ରୀ ଶାହା କହିଥିଲେ । ଏହି ଦଙ୍ଗାରେ ୧୪୨ ଜଣଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଦଙ୍ଗାକାରୀମାନେ ଜଳାଇଦେଇଛନ୍ତି । ଦଙ୍ଗାକାରୀଙ୍କୁ ରୋକିବା ପାଇଁ ପୁଲିସକୁ ୫ ହଜାରରୁ ଅଧିକ ଲୁହବୁହା ଗ୍ୟାସର ସେଲ୍ ପ୍ରୟୋଗ କରିବାକୁ ପଡ଼ିଥିଲାଉଲ୍ଲେଖଥାଉ କି, କଂଗ୍ରେସ ଓ ଆପ୍ ଭଳି ବିରୋଧୀ ଦଳର ବିଭ୍ରାନ୍ତୀକର ଉପସ୍ଥାପନାରେ ପ୍ରଭାବିତ
ହୋଇ ଉତ୍ତର ପୂର୍ବ ଦିଲ୍ଲୀରେ ଗତ ଫେବୃୟାରୀ ୨୩ରୁ ୨୫ ତାରିଖ ମଧ୍ୟରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ବିକ୍ଷୋଭକାରୀମାନେ ଉଗ୍ରପ୍ରଦର୍ଶନ କରିବା ସହ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଦଙ୍ଗାରେ ୫୨ ଜଣ ପ୍ରାଣ ହରାଇଥିଲାବେଳେ ୫୨୬ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦଙ୍ଗାର ୨ ଦିନ ପୂର୍ବରୁ ସୋସିଆଲ ମିଡିଆରେ ବହୁ ଲୋକ ଜାଲ୍ ଆକାଉଣ୍ଟ ତିଆରି କରି ସେଥିରେ କେନ୍ଦ୍ର ସରକାର ଓ ଭାରତ ବିରୋଧରେ ଉତ୍ତେଜକ ଲେଖାଗୁଡ଼ିକ ପୋଷ୍ଟିଂ କରି ଦଙ୍ଗା କରିବାକୁ ଲୋକଙ୍କୁ ଉସ୍କାଇଥିଲେ । ପରେ ସେମାନେ ଗତ ଫେବୃୟାରୀ ୨୫ ତାରିଖରେ ସେହି ଜାଲ୍ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେଇଥିଲେ । ତେବେ ଏହି ଜାଲ୍ ଆକାଉଣ୍ଟଧାରୀଙ୍କୁ ଖୋଜି ବାହର କରାଯିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିସାରିଛନ୍ତି ।
Comments
Post a Comment