ରାଜସ୍ତାନ ଓ ଦିଲ୍ଲୀରେ ସେବା ଭାରତୀର ହେଲପ୍‌ଲାଇନ୍ ଆରମ୍ଭ


ସେବା ଭାରତୀ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜସ୍ତାନ ଓ ଦିଲ୍ଲୀରେ ହେଲପ୍‌ଲାଇନ୍ ଆରମ୍ଭ କରିଛି । ଏହି ହେଲପଲାଇନ୍ ମାଧ୍ୟମରେ ଯେକୌଣସି ବ୍ୟକ୍ତି ସହାୟତା ପ୍ରାପ୍ତ କରି ପାରିବେ । ଏହି ହେଲପଲାଇନ୍ ନମ୍ବର ହେଉଛି ୮୦୧୦୦୬୬୦୬୬ ଚବିଶ ଘଂଟା ଏବଂ ସାତ ଦିନ ଚାଲୁ ରହିବ ।
ଦିଲ୍ଲୀର ରୋହିଣୀରେ ସଂଘର କାର୍ଯ୍ୟକର୍ତ୍ତାମାନେ ବସ୍ତି ଗୁଡିକୁ ଯାଇ ମାକ୍ସ ଓ ଭୋଜନ ପ୍ୟାକେଟ ବଂଟନ କରିଥିଲେ । ଜନକପୁରୀ, କେଶବପୁରମ ଆଦି ସ୍ଥାନରେ ଅଭାବଗ୍ରସ୍ତ ଲୋକମାନଙ୍କୁ ଭୋଜନ ପ୍ୟାକେଟ ଦେବା ସହିତ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ  ଜନ ଜାଗରଣ ସୃଷ୍ଟି କରାଯାଇଛି । ବିଶ୍ୱହିନ୍ଦୁ ପରିଷଦ ଦିଲ୍ଲୀ ତରଫରୁ ବିଭିନ୍ନ ବସ୍ତି ଗୁଡିକରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । 

Comments