ଦିଲ୍ଲୀରେ ୨୦୦୦ ସ୍ୱୟଂସେବକ ସେବାକାର୍ଯ୍ୟରେ ଲାଗିଛନ୍ତି

Image
ଏବେ କରୋନା ଭାଇରସ ବିରୋଧରେ ଯେଉଁ ସଂଗ୍ରାମ ଚାଲିଛି ସମାଜର ସାହାଯ୍ୟ ପାଇଁ ସ୍ୱୟଂସେବକମାନେ ଛିଡା ହୋଇଛନ୍ତି । ମହାମାରୀ ବିରୋଧରେ ହେଉଥିବା ଯୁଦ୍ଧରେ ପ୍ରଶାସନ ଠାରୁ ଅନୁମତି ନେଇ ସେମାନଙ୍କ ସହଯୋଗ ପାଇଁ ନିୟମ ପାଳନ କରିବା ସହିତ ଦେଶର ବିଭିନ୍ନ ସ୍ଥାନରେ ସ୍ୱୟଂସେବକମାନେ ସେବାକାମ କରୁଛନ୍ତି । ସେବା ଭାରତୀ ଦିଲ୍ଲୀ ପ୍ରାନ୍ତର ମହାମନ୍ତ୍ରୀ ଡ. ରାଜକୁମାର କହିଛନ୍ତି ଯେ, ଦିଲ୍ଲୀ ସ୍ଥିତ କଲସେଂଟର ମାଧ୍ୟମରେ ୩୦ ଡଣ ଡାକ୍ତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରୁଛନ୍ତି । ଏଥି ସହିତ କରୋନା ଭାଇରସ ସଂକ୍ରମଣ ସମ୍ବନ୍ଧରେ ସଠିକ ତଥ୍ୟ ପ୍ରଦାନ କରୁଛନ୍ତି । ସେବା ଭାରତୀ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ସେବା କାମ ଚାଲୁଅଛି । ଅନେକ  ସ୍ଥାନରୁ କଲସେଂଟରକୁ କଲ ଆସୁଥିବାରୁ ସ୍ୱୟସଂବେକମାନେ ସେହି ସ୍ଥାନକୁ ଯାଇ ରାସନ ଏବଂ ରନ୍ଧାଖାଦ୍ୟ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଦିନ ୩୦ ହଜାର ପରିବାରଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଉଛି । ଦିଲ୍ଲୀ ପୋଲିସ ସେବା ଭାରତୀକୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି । ଦିଲ୍ଲୀ ପ୍ରାନ୍ତର ୩୦ ଜିଲ୍ଲାରେ ୨୦୦୦ ସ୍ୱୟଂସେବକ ୨୪ ଘଂଟା କାର୍ଯ୍ୟ କରୁଛନ୍ତି ।

Image

Comments