ନୂଆଦିଲ୍ଲୀ,୨୬ା୩: ପଡୋଶୀ ଦେଶ ଆଫଗାନିସ୍ତାନର କାବୁଲରେ ସଂଖ୍ୟାଲଘୁ ଶିଖ୍ମାନଙ୍କ ଧାର୍ମିକ ସ୍ଥଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । କାବୁଲରେ ପ୍ରାର୍ଥନା କରିବା ପାଇଁ ଏକାଠି ହୋଇଥିବା ଶିଖ୍ ମାନଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଛି ତାହା ନିନ୍ଦନୀୟ ଅଟେ । ଆତଙ୍କବାଦୀଙ୍କ ଏହି ଆକ୍ରମଣ ଅତି ଅମାନବୀୟ ତଥା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଖିଳ ଭାରତୀୟ ବିଦ୍ୟାଥି ପରିଷଦ ତରଫରୁ ନିନ୍ଦା କରାଯାଇଛି ।
ଏବିଭିପିର ରାଷ୍ଟ୍ରୀୟମହାମନ୍ତ୍ରୀ ସୁଶ୍ରୀ ନିଧି ତ୍ରିପାଠୀ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ କହିଛନ୍ତି ଯେ,ଭାରତ ଆଫଗାନିସ୍ତାନର ବିକାଶରେ କିଛି ବର୍ଷ ହେବ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଭାରତ ଆଫଗାନିସ୍ଥାନର ଶାନ୍ତି ଓ ସମୃଦ୍ଧିର ପକ୍ଷରେ ଛିଡା ହୋଇଛି । ଶିଖ୍ ମାନଙ୍କ ଉପରେ ଯେଉଁପରି ମାନବତା ବିରୋଧି ଶତ୍ରୁମାନେ ଆକ୍ରମଣ କରିଛନ୍ତି ତାହା ମାନବତାବାଦର ବିରୋଧୀ । ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସେମାନଙ୍କର ପରିବାର ପ୍ରତି ସମବେଦନା ପ୍ରକଟ କରିଛି । ପଡୋଶୀ ଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଆକ୍ରମଣ ବନ୍ଦ କରିବାକୁ ଏବିଭିପି ଦାବି କରିଛି ।
Comments
Post a Comment