ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ, ପଡୋଶୀ ଇସ୍ଲାମିକ ଦେଶ ପାକିସ୍ତାନ, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନରେ ପାନ୍ଥିକ ଆଧାରରେ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ,ପାର୍ସି ଓ ଖ୍ରୀଷ୍ଟିଆନଙ୍କୁ ଭାରତର ନାଗରିକତା ଦେବାର ପ୍ରକ୍ରିୟାରେ ଥିବା ଜଟିଳତାକୁ ହଟାଇ ତାକୁ ସରଳ କରିବା ଲାଗି ନାଗରିକତା ସଂଶୋଧନ ଅଧିନିୟମ-୨୦୧୯ ପାରିତ କରିବା ନେଇ ଭାରତୀୟ ସଂସଦ ତଥା କେନ୍ଦ୍ର ସରକାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଏ ।
୧୯୪୭ ମସିହାରେ ସଂପ୍ରଦାୟ ଆଧାରରେ ଭାରତର ବିଭାଜନ ହୋଇଥିଲା । ଉଭୟ ଦେଶ ସେଠାରେ ଥିବା ସଂଖ୍ୟାଲଘୁଙ୍କୁ ସୁରକ୍ଷା, ପୂର୍ଣ୍ଣ ସମ୍ମାନ ତଥା ସମାନ ସୁଯୋଗ ଦେବାର ଆଶ୍ୱାସନା ଦେଇଥିଲା । ଭାରତ ସରକାର ଏବଂ ଭାରତର ସମାଜ ଉଭୟେ ସଂଖ୍ୟାଲଘୁ ହିତର ସଂପୂର୍ଣ୍ଣ ରକ୍ଷା କରିଛନ୍ତି ତଥା ଭାରତ ସରକାର ତାଙ୍କର ଭୌଗଳିକ ପରିସରରେ ରହୁଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ବିକାଶ ଲାଗି ସମ୍ବିଧାନିକ ପ୍ରତିବଦ୍ଧତା ସହିତ ବିଶିଷ୍ଟ ନୀତି ମାନ ମଧ୍ୟ ତିଆରି କରିଛି । ଅପରପକ୍ଷେ ଭାରତରୁ ବିଚ୍ଛିନ୍ନ ହୋଇଥିବା ଦେଶ ନେହେରୁ-ଲିଆକତା ବୁଝାମଣା ଓ ସମୟ ସମୟରେ ନେତାମାନଙ୍କ ଦ୍ୱାରା ଦିଆ ଯାଉଥିବା ଆଶ୍ୱାସନା ସତ୍ତ୍ୱେ ବି ତାଙ୍କ ଦେଶରେ ଏଭଳି ବାତାବରଣ ଦେଇ ପାରିନାହାଁନ୍ତି । ଉକ୍ତ ଦେଶର ରହୁଥିବା ସଂଖ୍ୟାଲଘୁଙ୍କ ଉପରେ ନିରନ୍ତର ପାନ୍ଥିକ ଉତ୍ପୀଡନ, ତାଙ୍କ ସମ୍ପତ୍ତି ଉପରେ ବଳପୂର୍ବକ କବ୍ଜା କରିବା ତଥା ମହିଳାଙ୍କ ଉପରେ ଅତ୍ୟାଚାରର ଘଟଣା ତାଙ୍କୁ ଏକ ନୂତନ ପ୍ରକାରର ଦାସତ୍ୱ ଆଡକୁ ଠେଲି ଦେଇଛି । ସେଠାକାର ସରକାର ମଧ୍ୟ ଅନ୍ୟାୟପୂର୍ଣ୍ଣ କାନୁନ୍ ଏବଂ ଭେଦଭାବପୂର୍ଣ୍ଣ ଆଇନ ତିଆରି କରି ସଂଖ୍ୟାଲଘୁଙ୍କର ଉତ୍ପୀଡନକୁ ପ୍ରୋତ୍ସାହନ ଦେଇଛି । ପରିଣାମ ସ୍ୱରୂପ ଉକ୍ତ ଦେଶରୁ ବହୁ ସଂଖ୍ୟକ ସଂଖ୍ୟାଲଘୁ ଭାରତ ଚାଲି ଆସିବାକୁ ବାଧ୍ୟ ହୋଇଛନ୍ତି । ଉକ୍ତ ଦେଶରେ ବିଭାଜନ ପରେ ସଂଖ୍ୟାଲଘୁଙ୍କ ଜନସଂଖ୍ୟା ତୀବ୍ର ହ୍ରାସ ପାଇବା ତାହାର ଜ୍ୱଳନ୍ତ ଉଦାହରଣ ।
ଏହା ସୁବବେଳେ ମନେ ରଖିବା ଉଚିତ କି ଭାରତର ସଂସ୍କୃତିର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ତଥା ସ୍ୱାଧୀନତା ସଂଘର୍ଷରେ ଉଭୟ କ୍ଷେତ୍ରରେ ବାସ କରୁଥିବା ଭାରତୀୟ ସମାଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଏଣୁ ଉକ୍ତ ପ୍ରତାଡିତ ସଂଖ୍ୟାଲଘୁଙ୍କୁ ରକ୍ଷା କରିବା ଭାରତୀୟ ସମାଜ ଓ ଭାରତ ସରକାରଙ୍କର ଏକ ନୈତିକ ଓ ସାମ୍ବିଧାନିକ ଦାୟିତ୍ୱ । ଗତ ୭୦ ବର୍ଷରେ ସେହି ବନ୍ଧୁମାନଙ୍କ ଲାଗି ସଂସଦରେ ଅନେକ ଥର ଚର୍ଚ୍ଚା ହୋଇଛି ଏବଂ ବିଭିନ୍ନ ସରକାରଙ୍କ ଦ୍ୱାରା ସମୟ ସମୟରେ ଅନେକ ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ସେଥିରେ ଥିବା ଜଟିଳ ପ୍ରକ୍ରିୟା ହେତୁ ବହୁ ସଂଖ୍ୟାକ ପ୍ରତାଡିତ ସଂଖ୍ୟାଲଘୁ ଆଜି ମଧ୍ୟ ନାଗରିକତା ଅଧିକାରରୁ ବଞ୍ôଚତ ହୋଇ ଅନିଶ୍ଚିତ ଏବଂ ଭୟର ବାତାବରଣରେ ବଞ୍ଚୁଛନ୍ତି । ବର୍ତ୍ତମାନର ସଂଶୋଧନ ହେତୁ ସେହି ବନ୍ଧୁମାନେ ଏକ ସମ୍ମାନଜନକ ଜୀବନ ବଞ୍ଚି ପାରିବେ ।
ସରକାରଙ୍କ ଦ୍ୱାରା ସଂସଦରେ ଚର୍ଚ୍ଚା ସମୟରେ ତଥା ସେ ସମୟରେ ସ୍ପଷ୍ଟ କରାଯାଇଛି ଯେ ଏହି କାନୁନ୍ ଦ୍ୱାରା ଭାରତର କୌଣସି ଜଣେ ବି ନାଗରିକ ପ୍ରଭାବିତ ହେବେ ନାହିଁ । କାର୍ଯ୍ୟକାରୀ ମଣ୍ଡଳ ସନ୍ତୋଷବ୍ୟକ୍ତ କରେ ଯେ ଏହି ଅଧିନିୟମକୁ ପାରିତ କରିବା ସମୟରେ ଉତ୍ତର-ପୂର୍ବ କ୍ଷେତ୍ରର ଅଧିବାସୀଙ୍କର ଆଶଙ୍କାକୁ ଦୂର କରିବା ଲାଗି ଆବଶ୍ୟକ ପ୍ରାବଧାନ ମଧ୍ୟ ରଖା ଯାଇଥିଲା । ଏହି ସଂଶୋଧନ ସେହି ତିନୋଟି ଦେଶରେ ପାନ୍ଥିକ ଆଧାରରେ ଉତ୍ପୀଡନର ଶିକାର ହୋଇ ଭାରତ ଆସିଥିବା ହତଭାଗ୍ୟ ଲୋକଙ୍କୁ ନାଗରିକତା ଦେବା ଲାଗି ତଥା କୌଣସି ଜଣେ ମଧ୍ୟ ଭାରତୀୟ ନାଗରିକଙ୍କ ନାଗରିକତା ଫେରାଇ ନେବା ଲାଗି ଆଦୌ ନୁହେଁ । ହେଲେ ଜେହାଦୀ ବାମପନ୍ଥୀ ଦଳ, କିଛି ବିଦେଶୀ ଶକ୍ତି ତଥା ସାମ୍ପ୍ରଦାୟିକ ରାଜନୀତି କରୁଥିବା ସ୍ୱାର୍ଥୀ ରାଜନୈତିକ ଦଳଙ୍କ ସମର୍ଥନରେ ସମାଜର ଗୋଟିଏ ବର୍ଗରେ କାଳ୍ପନିକ ଭୟ ଏବଂ ଭ୍ରମର ବାତାବରଣ ଉତ୍ପନ୍ନ କରି ଦେଶର ହିଂସା ତଥା ଅରାଜକତା ପ୍ରସାର କରିବାର କୁତ୍ସିତ ପ୍ରୟାସ କରାଯାଉଛି ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଏହି କାର୍ଯ୍ୟର କଠୋର ନିନ୍ଦା କରେ ତଥା ସରକାରଙ୍କ ଠାରେ ଦାବି କରେ କି, ଦେଶର ସାମାଜିକ ସୌହାର୍ଦ୍ଦ୍ୟ ଏବଂ ରାଷ୍ଟ୍ରୀୟ ଏକାତ୍ମତାକୁ ଖଣ୍ଡନ କରୁଥିବା ତତ୍ତ୍ୱ ସମ୍ବନ୍ଧରେ ଉପଯୁକ୍ତ ଯାଞ୍ଚ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସମାଜର ସମସ୍ତ ବର୍ଗ, ବିଶେଷ କରି ଜାଗ୍ରତ ଓ ଦାୟିତ୍ୱବାନ ନେତୃତ୍ୱଙ୍କୁ ଆହ୍ୱାନ ଜଣାଏ କି ସେ ଏହି ବିଷୟରେ ଥିବା ସମସ୍ତ ତଥ୍ୟକୁ ଠିକ୍ ଭାବେ ବୁଝନ୍ତୁ ଓ ସମାଜରେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ରଖିବା ତଥା ରାଷ୍ଟ୍ର ବିରୋଧୀ ଷଡଯନ୍ତ୍ରକୁ ବିଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ ।
Comments
Post a Comment