ଜାମ୍ମୁ,୨୬/୩: କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ଜାମ୍ମୁ ମଧ୍ୟ ଲକ୍ ଡାଉନ ରହିଛି । ଜାମ୍ମୁର ରାଜୀବ ନଗର ସମେତ ଅନେକ ବସ୍ତିରେ ରହୁଥିବା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ, ବସ୍ତିରେ ରହୁଥିବା ଲୋକ ଓ ଶ୍ରମିକମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆନୁସଙ୍ଗିକ ସଂଗଠନ ସେବାଭାରତୀ ଦ୍ୱାରା ପରିଚାଳିତ ସଙ୍କଟମୋଚନ ଦଳ ସହାୟତାରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ, ରୋସାଇ ସାମଗ୍ରୀ, ମାକ୍ସ , ଡାଲି, ଚାଉଳ, ସୋରିସ ତେଲ ଆଦି ବିତରଣ କରିଛନ୍ତି । ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ସମସ୍ତ ନିୟମ କାନୁନକୁ ପାଳନ କରିବା ସହିତ ଏହି ସହାୟତା ବଂଟନ କରିଛନ୍ତି ।

Comments
Post a Comment