ଲକ୍ଷ୍ନୌ ସ୍ୱୟଂସେବକମାନଙ୍କ ତରଫରୁ ରାସନ ସାମଗ୍ରୀ ବିତରଣ


କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନ ପାଇଁ ପୁରା ଦେଶକୁ ଲକଡାଉନ୍ ଘୋଷଣା କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଲକ୍ଷ୍ନୌ ସେବା ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ସେବା କାମ ଆରମ୍ଭ ହୋଇଛି ।
ଆମକୁ ମିଳିଥିବା ଖବର ଅନୁସାରେ ସଂଘ କାର୍ଯ୍ୟାଳୟ, ସରସ୍ୱତୀ ବିଦ୍ୟା ମନ୍ଦିର ସେକ୍ଟର-୨, ଆଲିଗଂଜର ସିତାରାମ ଗେଷ୍ଟ ହାଉସ ଓ ବୁଦ୍ଧେଶ୍ୱର ଠାରେ ସେବା କେନ୍ଦ୍ର ଆରମ୍ଭ କରାଯାଇଛି । ସମାଜରୁ ସଂଗ୍ରହ କରାଯାଇଥିବା ରାସନ, ଲୁଣ, ପରିବା, ମସଲା ଆଦି ପ୍ୟାକେଟ କରାଯାଉଛି । ପ୍ରତ୍ୟେକ ପ୍ୟାକେଟରେ ୧୦କି.ଗ୍ରା ଅଟା, ୫ କି.ଗ୍ରା ଚାଉଳ, ୩ କି.ଗ୍ରା ଡାଲି, ୧ କି.ଗ୍ରା ଲୁଣ, ୫କି.ଗ୍ରା ଆଳୁ ଓ ଅଧ ଲିଟର ସୋରିଶ ତେଲ  ଏବଂ ସବଜି ମସଲା ଦିଆଯାଉଛି । ଏହି କେନ୍ଦ୍ର ଗୁଡିକରେ ପ୍ରତିଦିନ ପ୍ରାୟ ୧ ହଜାର ପ୍ୟାକେଟ ବିଭିନ୍ନ ସ୍ଥାନକୁ ପଠାଯାଉଛି । ଲକ୍ଷୈ୍ନା ସେବା ବିଭାଗ ତରଫରୁ ଦୁଇଟି ହେଲପ୍‌ଲାଇନ ନମ୍ବର ପ୍ରକାଶ କରାଯାଇଛି । ଲକ୍ଷ୍ନୌ  ଅଂଚଳ ବାସୀଙ୍କୁ ୬୩୦୬୮୦୨୮୮୦ ଏବଂ ୮୧୨୭୪୦୪୦୩୧ ନମ୍ବରରେ ଯୋଗା ଯୋଗ କରିବାକୁ କୁହାଯାଇଛି ।

Image
ଏତ୍‌ଦ ବ୍ୟତୀତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଉତରପ୍ରଦେଶ  ତରଫରୁ ଆକବରପୁର, ଇଟଓା୍ୱ, ଔରେୟା, କାନପୁର, ଗୋରଖପୁର,ପ୍ରୟାଗରାଜ, କାଶୀ ଆଦି ସ୍ଥାନରେ ମଧ୍ୟ ରନ୍ଧାଖାଦ୍ୟ ବିତରଣ କରାଯାଉଛି ।

Comments