ବିପଦ ସମୟରେ ସମାଜରୁ ସଂକଟ ଦୁର କରିବେ ସ୍ୱୟଂସେବକ


ଦେଶ ଓ ସମାଜ ଉପରେ ଯେତେବେଳେ ବିପଦ ଆସେ ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମାଜର ସେବାରେ ନିଜକୁ ସାମିଲ କରିଥାଏ । ଏବେ କରୋନା ଭାଇରସ ବିରୋଧରେ ଯେଉଁ ସଂଗ୍ରାମ ଚାଲିଛି ସମାଜର ସାହାଯ୍ୟ ପାଇଁ ସ୍ୱୟଂସେବକମାନେ ଛିଡା ହୋଇଛନ୍ତି । ମହାମାରୀ ବିରୋଧରେ ହେଉଥିବା ଯୁଦ୍ଧରେ ପ୍ରଶାସନ ଠାରୁ ଅନୁମତି ନେଇ ସେମାନଙ୍କ ସହଯୋଗ ପାଇଁ ନିୟମ ପାଳନ କରିବା ସହିତ ଦେଶର ବିଭିନ୍ନ ସ୍ଥାନରେ ସ୍ୱୟଂସେବକମାନେ ସେବାକାମ କରୁଛନ୍ତି । ସ୍ୱୟଂସେବକମାନେ ଛୋଟ ଛୋଟ ଦଳରେ ଭାଗ ହୋଇ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜନ ଜାଗରଣ କରିବା ସହିତ ମେଡିକାଲ ଓ ସାର୍ବଜନିନ ସ୍ଥାନ ଗୁଡିକର ସ୍ୱଚ୍ଛତା କରୁଛନ୍ତି । ସେନିଟାଇଜେସନ ମଧ୍ୟ କରୁଛନ୍ତି । ଏଥି ସହିତ ଖାଦ୍ୟ ପ୍ୟାକେଟ, ରାସନ, ମାକ୍ସ, ସେନେଟାଇଜର ଏବଂ ସାବୁନ ବିତରଣ କରୁଛନ୍ତି । 

Comments