ଏକଲ ଶିକ୍ଷା ଅଭିଯାନ ପୂର୍ବ ଓଡିଶା ଭାଗର ସଂଚ ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ



ଢେଙ୍କାନାଳ,୧୯ା୩  : କାମାକ୍ଷାନଗର ବ୍ଳକ ଗୋରଡ ପଂଚାୟତ ଖଟଖୁରା ଗ୍ରାମ ତାରେଣୀ ମନ୍ଦିର ଠାରେ ଏକଲ ବିଦ୍ୟାଳୟ ସମ୍ମିଳନୀ ଓ ସଂଚ ସ୍ୱାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ସଂଚରେ ଥିବା ୩୦ଟି ଏକଲ ବିଦ୍ୟାଳୟର ୨ଶହର ଅଧିକ ଗ୍ରାମସମିତି,ଛାତ୍ରଛାତ୍ରୀ,ଆଚ୍ଚାର୍ଯ୍ୟ ଓ ଆଚ୍ଚାର୍ଯ୍ୟାମାନେ ଯୋଗ ଦେଇଥିଲେ । ଏହି ଅବସରରେ କାମାକ୍ଷାନଗର ୧ନଂ.ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ ମୂଖ୍ୟ ଅତିଥି, ବସନ୍ତ ସାହୁ ମୂଖ୍ୟ ବକ୍ତାଭାବେ ଯୋଗଦେଇ ଆଗାମୀ ଶିକ୍ଷା ବାବଦରେ ବିଷଦ ଆଲୋଚନା କରିଥିବା ବେଳେ ଢେଙ୍କାନାଳ ଅଂଚଳର ପ୍ରାଥମିକ ଶିକ୍ଷା ପ୍ରମୂଖ ବିଭୁତି ଭୂଷଣ ରାଉଳ, ଅଂଚଳର ବିକାଶ ପ୍ରମୂଖ ଅକାରଣ ବେହେରା, ସଦର ସଂଚର ସଂଚପ୍ରମୂଖ ଅନାଦି ଚରଣ ପ୍ରଧାନ, କଙ୍କଡାହାଡର ସଂଚ ପ୍ରମୂଖ ଗୌତମ ମହାନ୍ତ, ଗଁଦିଆ ସଂଚର ପ୍ରମୂଖ ହରିସିଂ ହାସଦା, କାମାକ୍ଷା୍‌ନଗର ସଂଚର ପ୍ରମୂଖ ସୁଦାମ ମାରାଣ୍ଡି ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Comments