ଭୁବନେଶ୍ୱରରେ ଆରଏସଏସ ତରଫରୁ ସେବାକାର୍ଯ୍ୟ

ତାରିଖ:-୩୦ ମାର୍ଚ୍ଚ ୨୦୨୦
କରୋନା ଭାଇରସ ବିରୋଧରେ ଚାଲିଥିବା ସଂଗ୍ରାମରେ ରାଷ୍ଟ୍ରୀୟ ସ୍ୱଂୟେସବକ ସଂଘର ଶହ ଶହ ସ୍ୱୟଂସେବକ ସାମିଲ ହୋଇଛନ୍ତି । ଲକ୍‌ଡାଉନ ସମୟରେ ପ୍ରଭାବିତ ହୋଇଥିବା ଅଂଚଳରେ ସହାୟତା ପହଁଚାଇବା ପାଇଁ ସ୍ୱୟଂସେବକମାନେ ଅଂଟା ଭିଡି ଦେଇଛନ୍ତି । ଓଡିଶାର ସ୍ୱୟଂସେବକମାନେ ମଧ୍ୟ ଏହି ସେବାକାମରେ  ନିଜକୁ ସାମିଲ କରିଛନ୍ତି ।



ଲିଙ୍ଗରାଜ ଭାଗରେ ୮୦ ପରିବାରକୁ ଆଳୁ ଓ ପିଆଜ ବାଂଟିଲେ ସ୍ୱୟଂସେବକ

ଲିଙ୍ଗରାଜ ଭାଗର ମା ଜାଗେଶ୍ୱରୀ ପ୍ରଭାତ ଶାଖା ତରଫରୁ  ଓଲଡ ଟାଉନରେ ତିନି ଦିନ ହେବ ସେବାକାର୍ଯ୍ୟ ଚାଲୁଅଛି । ଏହି ସେବା କାମରେ ୧୬ ଜଣ ସ୍ୱୟଂସେବକ ସାମିଲ ହୋଇଛନ୍ତି । ସ୍ୱୟଂସେବକମାନେ ପ୍ରଥମ ଓ ଦ୍ୱିତୀୟ ଦିନ ରାମେଶ୍ୱର ବସ୍ତି ଓ ଓଭରବ୍ରିଡ ତଳେ ରହୁଥିବା ୮୦ଟି ପରିବାରରେ ଆଳୁ ଓ ପିଆଜ ବଂଟନ କରିଥିଲେ ।
ତୃତୀୟ ଦିନ  ହରଚଣ୍ଡୀ ସାହି ଓ ଡାକବଙ୍ଗଳା ଛକ ନିକଟସ୍ଥ ଅଂଚଳରେ କରୋନା ଭାଇରସର ମୁକାବିଲା ପାଇଁ ଲକ୍ ଡାଉନ, ସ୍ୱଚ୍ଛତା ଉପରେ ଜନଜାଗରଣ କରିଥିବା ବେଳେ ସାନିଟାଇଜ ଉପରେ ଗୁରୁତ୍ୱ ଦେଇଥିଲେ ।

 

ୟୁବିଏସଏସ ତରଫରୁ ୧୫୦ ପ୍ୟାକେଟ ରନ୍ଧାଖାଦ୍ୟ ବିତରଣ 

ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ମଧ୍ୟ ଆଜି ଭୁବନେଶ୍ୱର ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ ବିତରଣ କରାଯାଇଛି । ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଖାଦ୍ୟ ତିଆରି ହେବା ସହିତ ପ୍ୟାକେଟ କରାଯାଇଥିଲା । ସ୍ୱୟଂସେବକମାନେ ରସୁଲଗଡ, ମାଷ୍ଟ୍ରକ୍ୟାଟିଂନ, ରାଜମହଲ ଛକରେ ୧୫୦ ରନ୍ଧାଖାଦ୍ୟ ବିତରଣ କରିଥିଲେ ।





ଖଣ୍ଡଗିରି ଭାଗର ୧୬ ଟି ପରିବାରରେ ଶୁଖିଲାଖାଦ୍ୟ ବିତରଣ
ସଂଘର ଭୁବନେଶ୍ୱର ମହାନଗର ଖଣ୍ଡଗିରି ଭାଗ କଳିଙ୍ଗ ନଗର ତରଫରୁ ସେବା କାମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଂଘର ସ୍ୱୟଂସେବକମାନେ ୧୬ଟି ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି । ବରମୁଣ୍ଡା ନଗରର ୩ ପରିବାର, ଡୁମଡୁମା ନଗରର ୨ ପରିବାର ଓ କଳିଙ୍ଗ ନଗରର ୧୧ଟି ପରିବାରେ ୧୬ଟି ପ୍ୟାକେଟ ବିତରଣ କରିଛନ୍ତି । ପ୍ରତ୍ୟେକ ପ୍ୟାକେଟର ରହିଛି ୫କି.ଗ୍ରା ଚାଉଳ, ୨କି.ଗ୍ରା ଚୁଡା, ୨କି.ଗ୍ରା ଅଟା, ୧ କି.ଗ୍ରା ହରଡ ଡାଲି, ୧ କି.ଗ୍ରା  ଚିନି, ଅଧ ଲିଟର ସୋରିଷ ତେଲ, ୧ କି.ଗ୍ରା ଲୁଣ ଓ ୫ ପ୍ୟାକେଟ ବିସ୍କୁଟ ।



Comments