କଟକ, ୧୨ ।୦୩ : ଆଶା ଭାବେ ୨୦୦୬ ମସିହାଠାରୁ, ୨୦୧୩ରୁ ଆଶା ଓ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଥିଲେ । ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଡି ଲିଙ୍କିଙ୍ଗ୍ କରି ତା ୩୦.୧୦.୨୦୧୮ରିଖ ପାଖରୁ ଆଶା ସାଥୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟ ସରକାର ଆଶା ସାଥୀମାନଙ୍କ ସମସ୍ୟା ସମାଧାନ କରିବାରେ ଅବହେଳା ବିରୋଧରେ ଆଜି ଆଶା ସାଥୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହେଲେ ଦୁଃଖ ଓ ପରିତାପର ବିଷୟ ଆଶାସାଥୀମାନଙ୍କୁ ମାତ୍ର ୩ ହଜାର ଟଙ୍କା ଦିଆଯାଉଛି । ଆଶା ସାଥୀମାନଙ୍କର ସମସ୍ୟା ଦୂରୀକରଣ ନିମନ୍ତେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା ସାଥୀ ସଂଘ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

Comments
Post a Comment