ପ୍ରସ୍ତାବ-୧: ଭାରତର ସମ୍ବିଧାନକୁ ଜାମ୍ମୁ କାଶ୍ମୀରରେ ପୂର୍ଣ୍ଣରୂପେ ଲାଗୁ କରିବା ଓ ସେହି ରାଜ୍ୟକୁ ପୁନର୍ଗଠନ କରିବା ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ
ସମ୍ମାନୀୟ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଆଦେଶ ଦ୍ୱାରା ଭାରତର ସମ୍ବିଧାନକୁ ଜାମ୍ମୁ-କାଶ୍ମୀରରେ ପୂର୍ଣ୍ଣ ରୂପରେ ଲାଗୁ କରିବା ଓ ତାହା ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ ପରେ ଧାରା ୩୭୦କୁ ରଦ୍ଦ(ପ୍ରଭାବଶୂନ୍ୟ) କରିବାର ନିର୍ଣ୍ଣୟକୁ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ହାର୍ଦ୍ଦିକ ସ୍ୱାଗତ କରୁଅଛି । ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦାଖ ଏହିପରି ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ପୁନର୍ଗଠନ କରିବାର ନିର୍ଣ୍ଣୟ ମଧ୍ୟ ଏକ ସାହସିକ ପଦକ୍ଷେପ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଏହି ସାହସିକ ଓ ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରହିତ ପାଇଁ ଏହି କାର୍ଯ୍ୟକୁ ସମର୍ଥନ ଜଣାଇ ନିଜର ପରିପକ୍ୱତାର ପରିଚୟ ଦେଇଥିବା ସମସ୍ତ ରାଜନୈତିକ ଦଳମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ମାନନୀୟ ପ୍ରଧାନମନ୍ତ୍ରୀ ତଥା ତାଙ୍କର ସହଯୋଗୀମାନେ ଦେଖାଇଥିବା ରାଜନୈତିକ ଇଛାଶକ୍ତି ଓ ଦୂରଦୃଷ୍ଟି ପ୍ରଶଂସନୀୟ ଅଟେ ।
ଯଦିଓ ଭାରତୀୟ ସମ୍ବିଧାନର ସମସ୍ତ ନିୟମ (ପ୍ରାବଧାନ) ଦେଶର ସମସ୍ତ ଅଞ୍ଚଳ ପାଇଁ ସମାନ ଭାବରେ କାର୍ଯ୍ୟକାରୀ ହେବାର ଆଶା କରାଯାଏ,କିନ୍ତୁ ଭାରତ ବିଭାଜନ ପରେ ପାକିସ୍ତାନୀ ଆକ୍ରମଣ ଦ୍ୱାରା ସ୍ପଷ୍ଟ ଅସାଧାରଣ ପରିସ୍ଥିତିରେ ଧାରା ୩୭୦କୁ ଅସ୍ଥାୟୀ ପ୍ରାବଧାନ ହିସାବରେ ସମ୍ବିଧାନରେ ଯୋଡା ଯାଇଥିଲା । ସମୟକ୍ରମେ ଅନୁଚ୍ଛେଦ ୩୭୦ର ଆଢୁଆଳରେ ସମ୍ବିଧାନର ଅନେକ ଅନୁଚ୍ଛେଦକୁ ଜାମ୍ମୁ-କାଶ୍ମୀର ରାଜ୍ୟରେ ଲାଗୁ କରାଯାଇନଥିଲା, ବରଂ ରାଷ୍ଟ୍ରପତିଙ୍କ ଆଦେଶ ମୁତାବକ ଧାରା ୩୫(କ) ପରି ପ୍ରାବଧାନକୁ ମନମୁତାବକ ସମ୍ବିଧାନରେ ସାମିଲ କରାଯିବା କାରଣରୁ ସେଠାରେ ବିଚ୍ଛିନ୍ନତାବାଦ ରୂପୀ ବୀଜ ବପନ କରାଗଲା । ଏହି ପ୍ରକାର ସମ୍ବିଧାନିକ ବାଛ ବିଚାର (ବିସଙ୍ଗତି)କାରଣରୁ ଅନୁସୂଚୀତ ଜାତି, ଉପଜାତି, ଅନ୍ୟାନ୍ୟ ପଛୁଆ ଗୋଷ୍ଠୀ ଯଥା ଗୋରଖା, ମହିଳା, ସଫେଇ କର୍ମଚାରୀ ତଥା ପଶ୍ଚିମ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀମାନଙ୍କୁ ସର୍ବଦା ଭେଦଭାବର ସମ୍ମୁଖୀନ ହେବାକୁ ପଡୁଥିଲା ।
ରାଜ୍ୟ ବିଧାନସଭା ପ୍ରତିନିଧି ଚୟନ ପାଇଁ ଜାମ୍ମୁ ଓ ଲଦାଖ ଅଞ୍ଚଳକୁ ଉପଯୁକ୍ତ ଅନୁପାତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆ ନଯିବା ସହ ସରକାରୀ ସୁବିଧା ତଥା ସାଧନର ଆବଣ୍ଟନ ନିର୍ଣ୍ଣୟ ପ୍ରକ୍ରିୟାରେ ସେହି ଅଧିବାସୀଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଂଶରୁ ବଞ୍ôଚôତ କରାଯାଉଥିଲା । ଏହିସବୁ ଭୁଲ ନୀତି ପାଇଁ ସେହି ରାଜ୍ୟର ସବୁଆଡେ କଠୋର ପନ୍ଥୀ ତଥା ଆତଙ୍କବାଦୀଙ୍କ ବୃଦ୍ଧି ଘଟିବା ସହ ରାଷ୍ଟ୍ରୀୟ ଶକ୍ତିକୁ ଉପେକ୍ଷା କରିବା ଦେଖିବାକୁ ମିଳୁଥିଲା ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଦୃଢ ନିଶ୍ଚିତ ଯେ ସଂପ୍ରତି ନିଆ ଯାଇଥିବା ନିଷ୍ପତ୍ତି ଓ ଏହାର କାର୍ଯ୍ୟକାରିତା ଦ୍ୱାରା ଉପର ଲିଖିତ ସମସ୍ତ ସାମ୍ବିଧାନିକ ଓ ରାଜନୈତିକ ବିସଙ୍ଗତିର ସମାପ୍ତ ଘଟିବ । କାର୍ଯ୍ୟକାରୀ ମଣ୍ଡଳ ଏହା ମଧ୍ୟ ବିଶ୍ୱାସ କରେ ଯେ ଏହି ନିର୍ଣ୍ଣୟ ‘ଏକ ରାଷ୍ଟ୍ର-ଏକ ଜନ’ ବିଶ୍ୱାସର ଅନୁରୂପ ଏବଂ ଏହା ସମ୍ବିଧାନ ନିିର୍ମାତାମାନଙ୍କର ପ୍ରସ୍ତାବନାରେ ବର୍ଣ୍ଣିତ ଆକାଂକ୍ଷା ‘ଆମେ ଭାରତର ଲୋକ...’କୁ ପୁରଣ କରିପାରିବା ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ମତରେ ରାଜ୍ୟର ଏହି ପୁନର୍ଗଠନ ଦ୍ୱାରା ତିନୋଟିଯାକ ଅଞ୍ଚଳରେ ରହୁଥିବା ସବୁଶ୍ରେଣୀର ଲୋକଙ୍କର ସାମାଜିକ ଏବଂ ଆର୍ଥିକ ବିକାଶର ନୂତନ ସମ୍ଭାବନାର ରାସ୍ତା ଉନ୍ମୁକ୍ତ ହୋଇ ପାରିବ । ରାଜ୍ୟ ପୁନର୍ଗଠନ ଦ୍ୱାରା ଲଦ୍ଦାଖ ଅଞ୍ଚଳର ଜନତାଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେବା ସହ ବିକାଶର ମାର୍ଗ ପ୍ରଶସ୍ଥ ହୋଇ ପାରିଛି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଆଶାକରେ କି ଏହାଦ୍ୱାରା ବିସ୍ଥାପିତ ତଥା ଶରଣାର୍ଥୀମାନଙ୍କର ବହୁଦିନର ଆଶା ପୂର୍ଣ୍ଣ ହୋଇ ପାରିବ । କାଶ୍ମୀର ଘାଟିରୁ ବିସ୍ଥାପିତ ହୋଇଥିବା ଜନତା , ଏହାଛଡା ହିନ୍ଦୁମାନଙ୍କୁ ସୁରକ୍ଷିତ ଓ ସମ୍ମାନଜନକଭାବେ ପୁନର୍ବାସ କରାଇବାର ପ୍ରକ୍ରିୟା ଅତି ଶୀଘ୍ର ଆରମ୍ଭ କରାଯିବା ଦରକାର ।
ଏହା ଏକ ଐତିହାସିକ ତଥ୍ୟ ଯେ- ମହାରାଜ ହରିସିଂହ ‘ଅଧିମିଳନ ପତ୍ର’ ରେ ସ୍ୱାକ୍ଷର କରି ଏହି ରାଜ୍ୟକୁ ଭାରତରେ ବିଲୟ କରିବାର ସମସ୍ତ ପ୍ରକ୍ରିୟା ପୂର୍ଣ୍ଣ କରି ଦେଇଥିଲେ । ଅନୁଚ୍ଛେଦ ୩୭୦ର ଦୁରୁପଯୋଗରୁ ସୃଷ୍ଟ ସମସ୍ୟାକୁ ଦୂର କରିବା, ରାଷ୍ଟ୍ରୀୟ ଏକାତ୍ମତା, ସମ୍ବିଧାନ ତଥା ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ପାଇଁ ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ପ୍ରେମନାଥ ଡୋଗରାଙ୍କ ନେତୃତ୍ୱରେ ପ୍ରଜାପରିଷଦର ସତ୍ୟାଗ୍ରହୀ ଓ ଅବଶିଷ୍ଟ ଭାରତର ରାଷ୍ଟ୍ରଭକ୍ତ ସମାଜ ସଂଘର୍ଷ କରିଥିଲେ । ଗତ ୭୦ ବର୍ଷଧରି ରାଜ୍ୟର ରାଷ୍ଟ୍ରୀୟ ଶକ୍ତି ବାକି ଭାରତ ସହ ମିଶି ବିଚ୍ଛିନ୍ନତାବାଦୀ ତଥା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ସଂଘର୍ଷ ଜାରି ରଖିଥିଲେ । ଅନେକଙ୍କୁ ନିଜର ପ୍ରାଣବଳି ଦେବାକୁ ମଧ୍ୟ ପଡିଛି । ଦେଶର ସେନାବାହିନୀ ତଥା ସୁରକ୍ଷା କର୍ମୀଙ୍କର ହଜାର ହଜାର ଯବାନ ଦେଶର ଏକତା, ଅଖଣ୍ଡତା ରକ୍ଷା ପାଇଁ ନିଜର ବୀରତା ଓ ପ୍ରତିବଦ୍ଧତାର ପରିଚୟ ଦେବା ସହ ନିଜ ଜୀବନର ବଳିଦାନ ମଧ୍ୟ କରିଛନ୍ତି । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଦେଶବାସୀଙ୍କୁ ଆହ୍ୱାନ କରୁଛି କି ସେମାନେ ସମ୍ବିଧାନର ସର୍ବମାନ୍ୟତା ଓ ମୂଳ ଇଚ୍ଛାକୁ ପୂରଣ କରିବା ପାଇଁ ସମସ୍ତ ରାଜନୈତିକ ମତଭେଦର ଉର୍ଦ୍ଧ୍ୱରେ ରହି ଜାମ୍ମୁ-କାଶ୍ମୀର ତଥା ଲଦାଖର ବିକାଶ ମାତ୍ରାକୁ ତ୍ୱରାନ୍ୱିତ କରିବାରେ ଯୋଗଦାନ କରନ୍ତୁ ଓ ରାଷ୍ଟ୍ରର ଏକତା ତଥା ଅଖଣ୍ଡତାର ସୁରକ୍ଷା ଦିଗରେ ଆଗକୁ ଆସନ୍ତୁ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ସରକାରଙ୍କୁ ମଧ୍ୟ ଆହ୍ୱାନ ଜଣାଉଛି କି ସରକାର ସେହି ଅଞ୍ଚଳବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଆଶଙ୍କା ଦୂର କରିବା ସହ ଫଳପ୍ରଦ, ନ୍ୟାୟସଙ୍ଗତ ଶାସନବ୍ୟବସ୍ଥା ଏବଂ ଆର୍ଥିକ ବିକାଶ ଦ୍ୱାରା ସେମାନଙ୍କର ସବୁ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରନ୍ତୁ ।
Comments
Post a Comment