ମହାମାରୀ ଉଙଠଓଊ-୧୯ ର ଗମ୍ଭୀରତାକୁ ଧ୍ୟାନରେ ରଖି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସୂଚନା ତଥା ପରାମର୍ଶ ଯୋଗୁଁ ବାଙ୍ଗଲୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିନିଧି ସଭାକୁ ସ୍ଥଗିତ ରଖାଗଲା । ସମସ୍ତ ସ୍ୱୟଂସେବକ ନିଜ ନିଜ ଅଞ୍ଚଳରେ ଜନଜାଗରଣ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ସହିତ ଏହାର ମୁକାବିଲା କରିବା ପାଇଁ ଶାସନ ଓ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସଂଘର ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭୟାଜୀ ଜୋଶୀ ନିବେଦନ କରିଥିଲେ ।
ଅଖିଳ ଭାରତୀୟ ପ୍ରତିନିଧି ସଭା ସ୍ଥଗିତ କରାଗଲା କିନ୍ତୁ କାର୍ଯ୍ୟକାରୀ ମଣ୍ଡଳର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲା । ସଂଘର ୯୫ ବର୍ଷ ଇତିହାସରେ ପ୍ରଥମ ଥର ଏପରି ହେଲା ଯେ ପ୍ରତିନିଧି ସଭା ବୈଠକ ଏହି ପ୍ରକାର ସ୍ଥଗିତ କରାଯାଇଥିଲା । କାର୍ଯ୍ୟକାରୀ ମଣ୍ଡଳ ଦ୍ୱାରା ତିନୋଟି ପ୍ରସ୍ତାବ ପାରିତ ହୋଇଥିଲା ।
ପ୍ରସ୍ତାବ ଗୁଡିକ ହେଲା
୧: ଭାରତର ସମ୍ବିଧାନକୁ ଜାମ୍ମୁ କାଶ୍ମୀରରେ ପୂର୍ଣ୍ଣରୂପେ ଲାଗୁ କରିବା ଓ ସେହି ରାଜ୍ୟକୁ ପୁନର୍ଗଠନ କରିବା ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
୨: ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ - ରାଷ୍ଟ୍ରୀୟ ସ୍ୱାଭିମାନର ପ୍ରତୀକ ।
୩ :ନାଗରିକତା ସଂଶୋଧନ ଅଧିନିୟମ ୨୦୧୯- ଭାରତର ନୈତିକ ଓ ସାମ୍ବିଧାନିକ ଦାୟିତ୍ୱ ।
Comments
Post a Comment