ଫ୍ରାନ୍ସର ରାଷ୍ଟ୍ରପତି କଲେ ‘ନମସ୍ତେ’ରେ ସ୍ୱାଗତ


ପ୍ୟାରିସ, ୧୨/୩  : ମାରାତ୍ମକ କରୋନା ଭାଇରସର ଆତଙ୍କରେ ଏବେ ସମଗ୍ର ବିଶ୍ୱ ଆତଙ୍କିତ । ଏହାର ପ୍ରଭାବ ଫ୍ରାନସରେ ମଧ୍ୟ ଦେଖିବାକୁ ମିଳିଛି । ଏଠାକୁ ସରକାରୀ ଗସ୍ତରେ ଆସିଥିବା ସ୍ପେନର ରାଜା ଫିଲିପ ଷଷ୍ଠ ଏବଂ ରାଣୀ ଲେଟିଜିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପରମ୍ପରାଗତ ହାତ ନ ମିଶାଇ ବା ଆଲିଙ୍ଗନ ନ କରି ଭାରତୀୟ ଶୈଳୀରେ ‘ନମସ୍ତେ’ କହି ସ୍ୱାଗତ କରିବା ସମସ୍ତଙ୍କୁ ଚକିତ କରିଦେଇଛି । ଏପରିକି ଫ୍ରାନ୍ସର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଇମାନୁଏଲ୍‌ଙ୍କ ପତ୍ନୀ ବ୍ରିଗିଟେ ମ୍ୟାକ୍ରୋନ ମଧ୍ୟ ସ୍ପେନର ରାଣୀ ଲେଟିଜିଓଙ୍କୁ ହାତ ହଲାଇ ଫ୍ଲାଇଂ କିସ୍ ଦେଇ ସ୍ୱାଗତ କରିଥିଲେ । ଏବେ ଫ୍ରାନ୍ସରେ ପ୍ରାୟ ୨,୨୮୧ ଜଣ ରୁ ଅଧିକ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲାବେଳେ ୪୮ ଜଣ ମୃତ୍ୟୁବରଣ କରିଥିବାରୁ ସେଠାରେ ସାର୍ବଜନୀନ ସ୍ଥାନରେ କେହି କାହା ସହିତ କରମର୍ଦ୍ଦନ କରିବା ବା ହାତ ମିଳାଇବା ଉପରେ ସରକାରୀ କଟକଣା ଲାଗୁ ହୋଇଛି । ଏହି କରୋନା କବଳରୁ ଫ୍ରାନ୍ସର ସାଂସ୍କୃତିକ ମନ୍ତ୍ରୀ ଆକ୍ରାନ୍ତ ହୋଇ ତାଙ୍କ ନମୂନା ପଜିଟିଭ ବାହାରିଛି ଏବଂ ତାଙ୍କୁ ରାଷ୍ଟ୍ରପତିଙ୍କ ଚିଫ୍ ଅଫ୍ ଆଇସୋଲେସନ ରେ ରଖାଯାଇଛି । ଏଥିପୂର୍ବରୁ ବ୍ରିଟିଶ ରାଜକୁମାର ପ୍ରିନ୍ସ ଚାର୍ଲସ ମଧ୍ୟ ହାତ ନ ମିଶାଇ ଭାରତୀୟ ଶୈଳୀରେ ‘ନମସ୍ତେ’ କରି ଅତିଥିମାନଙ୍କୁ ଅଭିବାଦନ କରିଥିଲେ ।

Comments