ସମାଜରେ ସକାରାତ୍ମକ ପରିବର୍ତ୍ତନ ପାଇଁ ୧୫ଲକ୍ଷ ସ୍ୱୟଂସେବକ ସକ୍ରିୟ କରିବ ସଂଘ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମୟର ଉପଲବ୍ଧତା ଅନୁସାରେ ନିଜର ରୁଚି ଏବଂ କ୍ଷମତା ଆଦି ବିଷୟକୁ ନେଇ ସ୍ୱୟଂସେବକମାନଙ୍କ ମଧ୍ୟରେ ଏକ ସର୍ଭେ କରିଥିଲା । ଏଥିରେ ୩୦ ବର୍ଷରୁ ଅଧିକ ବୟସର ୧୫ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂସେବକମାନଙ୍କ ସହିତ ଚର୍ଚ୍ଚା ହୋଇଥିଲା । ଏହି ସମସ୍ତ ସ୍ୱୟଂସେବକ ସମାଜରେ ସକରାତ୍ମକ ପରିବର୍ତ୍ତନ ତଥା ସମାଜର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ସକ୍ରିୟ ଭୂମିକା ତୁଲାଇବା ପାଇଁ ଇଛୁକ । ସଂଘ ଏହି ସ୍ୱୟଂସେବକମାନଙ୍କୁ ସମାଜର ଆବଶ୍ୟକତା  ଅନୁସାରେ କାର୍ଯ୍ୟରେ ଲଗାଇବ ବୋଲି ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ମାର୍ଚ୍ଚ ୧୫ରୁ ୧୭ ପର୍ଯ୍ୟନ୍ତ ବାଙ୍ଗାଲୋରର ଜନସେବା ବିଦ୍ୟାକେନ୍ଦ୍ର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଅନୁଷ୍ଠିତ ହେବ । ଏଠାରେ ମାର୍ଚ୍ଚ ୧୩ ତାରିଖ ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ କୁମାର କହିଥିଲେ ଯେ, ଏହି ବିଷୟରେ ପ୍ରତିନିଧି ସଭାରେ ଆଲୋଚନା ହେବା ସହିତ ଅନେକ ସମସାମୟିକ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇ ପ୍ରସ୍ତାବ ପାରିତ ହେବ । ଏଥିସହିତ ସିଏଏ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ । ଏହି ପ୍ରତିନିଧି ସଭା ସଂଘର ନିର୍ଣ୍ଣୟ ନେଉଥିବା ସର୍ବୋଚ୍ଚ ଅନୁ୍‌ଷ୍ଠାନ । ଯାହାର ବୈଠକ ବର୍ଷକୁ ଗୋଟିଏ ଥର ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ତିନି ବର୍ଷରେ ଏହି ବୈଠକ ନାଗପୁରରେ ଅନୁଷ୍ଠିତ ହୁଏ । ଏଥିରେ ସରକାର୍ଯ୍ୟବାହଙ୍କ ନିର୍ବାଚନ ହୋଇଥାଏ । ପ୍ରତିନିଧି ସଭା ବୈଠକରେ ଗତ ବର୍ଷର କାର୍ଯ୍ୟ ବିଷୟରେ ସମୀକ୍ଷା କରାଯିବା ସହିତ  ଆଗାମୀ ବର୍ଷର ଯୋଜନା ବିଷୟରେ ଚର୍ଚ୍ଚା ହୋଇ ଯୋଜନା ପ୍ରସ୍ତୁତ ହୋଇଥାଏ ।

Comments