କେନ୍ଦୁଝରରେ ଅସୁସ୍ଥ ବ୍ୟକ୍ତି ଏବଂ ବୟଷ୍କ ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସ୍ୱୟଂସେବକ


ସଂଘର ସ୍ୱୟଂସେବକ ଏବଂ ସହଯୋଗୀ ସଂଗଠନର କାର୍ଯ୍ୟକର୍ତ୍ତା ସଂକଟ ସମୟରେ ରାଷ୍ଟ୍ରହିତ ଏବଂ ସମାଜ ହିତରେ ନିଜ ନିଜ ଅଂଚଳରେ ସେବାକାର୍ଯ୍ୟ କରୁଛନ୍ତି ।  କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ଓଡିଶାର କେନ୍ଦୁଝର ଜିଲ୍ଲାର କେନ୍ଦୁଝର ନଗର, ଯୋଡା ଆନନ୍ଦପୁରରେ ସ୍ୱୟଂସେବକମାନଙ୍କ ଦ୍ୱାରା ଜନଜାଗରଣ ଓ ସେବାକାମ ଚାଲୁଅଛି । କେନ୍ଦୁଝର ନଗରରରେ ଯେକୌଣସି ଅସୁସ୍ଥ ବ୍ୟକ୍ତି ଏବଂ ବୟଷ୍କ ବ୍ୟକ୍ତିମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଆଣିବାକୁ ବାହାରକୁ ଯାଇ ପାରୁନାହାଁନ୍ତି ସେମାନେ ସଂଘର ସ୍ୱୟଂସେବକମାନଙ୍କ ସହିତ ଯୋଗା ଯୋଗ କରିବାରୁ ସ୍ୱୟଂସେବକମାନେ ସେମାନଙ୍କ ନିକଟରେ ଉକ୍ତ ସାମଗ୍ରୀ ସବୁ ଆଣି ପହଁଚାଉଛନ୍ତି । ସେଥିପାଇଁ ୫ଜଣଙ୍କ ମୋବାଇଲ ନମ୍ବର ସ୍ୱୟଂସେବକମାନଙ୍କ ତରଫରୁ ଦିଆଯାଇଛି । ୭୦୦୮୮୧୦୨୪୦ ବରଦା ଭାଇ, ୯୪୩୭୪୬୭୩୬୮ ମଂଟୁ ଭାଇ, ୯୩୩୭୮୪୮୬୬୧ ବିକାଶ ଭାଇ, ୯୪୩୭୨୧୪୯୭୫ ଦେବରାଜ ଭାଇ ଏବଂ ୭୦୦୮୦୧୩୦୫୯ ରେ ରକ୍ଷା ଭାଇଙ୍କ ସହଯୋଗା ଯୋଗ କରିବାକୁ କେନ୍ଦୁଝର ନଗର ସ୍ୱୟଂସେବକମାନଙ୍କ ତରଫରୁ କୁହାଯାଇଛି ।
କେନ୍ଦୁଝର ଜିଲ୍ଲାର ଯୋଡାରେ ବିଭିନ୍ନ ଦୋକାନ ଆଗରେ  ଦୁରତା ରେ ଠିଆ ହେବା ପାଇଁ  ଚୁନରେ ସ୍ୱୟଂସେବକମାନେ ମୁଣ୍ଡଳି  ବୁଲାଇଛନ୍ତି । ଆନନ୍ଦପୁରରେ ବିଭିନ୍ନ ସ୍ଥାନରେ ବୁଲୁଥିବା ପାଗଳ ଓ ଭିକାରୀମାନଙ୍କୁ ଆଣି ଥଇଥାନ କରାଯାଉଛି ।  

Comments