ନୂଆଦିଲ୍ଲୀ,୨୭/୩:ରାମାନନ୍ଦ ସାଗରଙ୍କ ରାମାୟଣ ୧୯୮୭ ଓ ବି.ଆର ଚୋପ୍ରାଙ୍କ ମହାଭାରତ ୧୯୮୮ରେ ପ୍ରଥମ ଥର ପାଇଁ ଦୁରଦର୍ଶନରେ ପ୍ରସାରିତ ହୋଇଥିଲା । ଲୋକମାନେ ରାମାୟଣ ଏବଂ ମହାଭାରତକୁ ଏତେ ଦେଖୁଥିଲେ ଯେ ଚାରିଆଡେ ଏକ ଆଧ୍ୟାତ୍ମିକ ନୀରବତା ରହିଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ସମୟରେ ବାହାରେ ରାସ୍ତାର ପରିବେଶ କର୍ଫ୍ୟୁ ବା ପୁରା ଶୁନଶାନ ପରି ରହୁଥିଲା । ଏବେ ଠିକ୍ ସେହି ସମୟ ଆସିଛି । ଘରେ ବସନ୍ତୁ ରାମାୟଣ ଦେଖନ୍ତୁ । ନିଜକୁ ବଂଚାନ୍ତୁ, ପରିବାରକୁ ବଂଚାନ୍ତୁ ଓ ଦେଶକୁ ବଂଚାନ୍ତୁ । ବିଶ୍ୱକୁ ବିଜୟ କରିବା ସହିତ କରୋନାକୁ ହରାନ୍ତୁ । ଲକ ଡାଉନ ସମୟରେ କେହି ଘରୁ ବାହାରି ପାରୁନଥିବା ବେଳେ ସମୟ ଅତିବାହିତ କରିବା ପାଇଁ ଲୋକେ ସୋସିଆଲ ମିଡିଆ କିମ୍ବା ଚଳଚ୍ଚିତ୍ର ଦେଖି ସମୟ କାଟୁଛନ୍ତି । ବହୁ ଦର୍ଶକ ସୋସିଆଲ ମିଡିଆ ମଧ୍ୟମରେ ରାମାୟଣ ଓ ମହାଭାରତ ଧାରାବାହିକକୁ ପୁନଃ ପ୍ରସାରଣ କରିବା ପାଇଁ ଅନୁରୋଧ କରିଥିଲେ। । ଦର୍ଶକଙ୍କ ଚାହିଦା ଅନୁଯାୟୀ ଶନିବାର ୨୮ ମାର୍ଚ୍ଚରେ ‘ରାମାୟଣ’ର ପୁନଃ ପ୍ରସାରଣ ପୁଣିଥରେ ଦୁରଦର୍ଶନରେ ଆରମ୍ଭ ହେବକୁ ଯାଉଛି । ପ୍ରଥମ ଏପିସୋଡ୍ ସକାଳ ୯ଟା ସମୟରେ ଏବଂ ଦ୍ୱିତୀୟ ଏପିସୋଡ୍ ରାତି ୯ଟାରେ ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ରାମାନନ୍ଦ ସାଗରଙ୍କ ରାମାୟଣ ଏବଂ ବି.ଆର ଚୋପ୍ରାଙ୍କ ମହାଭାରତକୁ ପୁଣିଥରେ ପ୍ରସାରଣ କରିବାକୁ ଦାବି ହୋଇଥିଲା। ତେଣୁ, ଏହି ସମସ୍ତଙ୍କର ଚାହିଦା ପୂରଣ କରିବା ପାଇଁ ରାମାୟଣର ପୁନଃ ପ୍ରସାରଣ ପୁଣି ଆରମ୍ଭ ହେବାକୁ ଯାଉଛି।
Comments
Post a Comment