
କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ପଞ୍ଜାବର ବିଭିନ୍ନ ଅଂଚଳରେ ପ୍ରତିଦିନ କାମ କରି ପେଟ ପୋଷୁଥିବା ଲୋକମାନେ ତାଲା ବନ୍ଧ ଯୋଗୁ କାମ ଧନ୍ଦା ନକରି ପାରିବାରୁ ସେମାନଙ୍କ ପରିବାରକୁ ସ୍ୱୟଂସେବକମାନେ ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି ।
ଉତ୍ତର ପ୍ରଦେଶର ମେରଠରେ ସ୍ୱୟଂସେବକମାନଙ୍କ ଦ୍ୱାରା ବସ୍ତିମାନଙ୍କରେ ଦୁଗ୍ଧ ଓ ବ୍ରେଡ ବିତରଣ କରାଯାଉଛି । ମିର୍ଜାପୁରରେ ଏବିଭିପିର ଛାତ୍ରମାନେ ଭୋଜନ ପ୍ୟାକଟେ ବିତରଣ କରିଛନ୍ତି ।
କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ଜାମ୍ମୁ ମଧ୍ୟ ଲକ୍ ଡାଉନ ରହିଛି । ଜାମ୍ମୁର ରାଜୀବ ନଗର ସମେତ ଅନେକ ବସ୍ତିରେ ରହୁଥିବା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ, ବସ୍ତିରେ ରହୁଥିବା ଲୋକ ଓ ଶ୍ରମିକମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆନୁସଙ୍ଗିକ ସଂଗଠନ ସେବାଭାରତୀ ଦ୍ୱାରା ପରିଚାଳିତ ସଙ୍କଟମୋଚନ ଦଳ ସହାୟତାରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ, ରୋସାଇ ସାମଗ୍ରୀ, ମାକ୍ସ , ଡାଲି, ଚାଉଳ, ସୋରିସ ତେଲ ଆଦି ବିତରଣ କରିଛନ୍ତି । ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ସମସ୍ତ ନିୟମ କାନୁନକୁ ପାଳନ କରିବା ସହିତ ଏହି ସହାୟତା ବଂଟନ କରିଛନ୍ତି ।
ଦେଶର ସମସ୍ତ ପ୍ରାନ୍ତରେ ସେବା ଓ ସହଯୋଗ କାମ ଆରମ୍ଭ ହୋଇଛି । ଦିନକୁ ଦିନ ଏହି ସେବାକାମ ବଢିବାରେ ଲାଗିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଶ୍ରୀ ଭୟାଜୀ ଜୋଶୀ ଏବଂ ବର୍ଷ ପ୍ରତିପଦାରେ ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ କରୋନା ଭାଇରସ ମହାମାରୀ ରୂପ ନେଇଥିବାରୁ ନିଜ ନିଜ ଅଂଚଳରେ ସେବାକାମ କରିବାକୁ ଆହ୍ୱାନ କରିଥିଲେ । ଏହା ପରେ ସାରା ଦେଶରେ ସ୍ୱୟଂସେବକମାନେ ସକ୍ରୀୟ ହୋଇ ସେବା କାମରେ ଲାଗି ପଡିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ବିଦ୍ୟାର୍ଥି ମାନଙ୍କୁ ସହଯୋଗ କରିବା ପାଇଁ ପ୍ରାନ୍ତ ଅନୁସାରେ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ଭାରତୀୟ ମଜଦୁର ସଂଘ ମଧ୍ୟ ସମସ୍ତ ସଦସ୍ୟଙ୍କୁ ଏକ ଦିନର ଦରମା କିମ୍ବା ପେନସନ କରୋନା ରିଲିଫ ଫଣ୍ଡକୁ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
Comments
Post a Comment