ନୂଆଦିଲ୍ଲୀ,୨୬ା୩: କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନ ପାଇଁ ପୁରା ଦେଶକୁ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ ସମସ୍ୟାରେ ପଡୁଛନ୍ତି । କାମକୁ ଯାଇପାରୁ ନଥିବାରୁ ଖାଦ୍ୟ ଏବଂ ଅର୍ଥ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା\' ନାମରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଫଳରେ ଦେଶର ୮୦ କୋଟି ଗରିବଙ୍କୁ ୩ମାସ ଯାଏ ମୁଣ୍ଡ ପିଛା ଅତିରିକ୍ତ ୫ କିଗ୍ରା ଗହମ ଅଥବା ଚାଉଳ ଏବଂ ୧ କିଗ୍ରା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେହିପରି ପିଏମ୍ କିଷାନ ଯୋଜନାରେ ୮ କୋଟି ୭୦ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ କରାଯିବ ।ଏମ୍ଜିଏନ୍ଆରଇଜିଏସ୍ରେ ଜରୁରୀ ମୂଲ୍ୟ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ । ନିୟମିତ ଭତ୍ତା ସହ ୧ ହଜାରଟଙ୍କା ଅତିରିକ୍ତ ୨ଟି କିସ୍ତିରେ ଦିଆଯିବ । ମହିଳା ଜନଧନ ଯୋଜନାରେ ପ୍ରତିଆକାଉଣ୍ଟକୁ ଆଗାମୀ ୩ମାସ ପର୍ଯ୍ୟନ୍ତ ମାସିକ୫୦୦ ଟଙ୍କା ଦିଆଯିବ । ଉଜ୍ଜ୍ୱଳାଯୋଜନାରେ ଗ୍ୟାସ ପାଇଥିବା ମହିଳାଙ୍କୁଆଗାମୀ ୩ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସଯୋଗାଇ ଦିଆଯିବ । ଏହାଦ୍ୱାରା ଦେଶରେ ପ୍ରାୟ ୮ କୋଟି ମହିଳା ଉପକୃତ ହେବେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ବିନା ଗ୍ୟାରେଣ୍ଟିରେ ପୂର୍ବରୁ ଏସ୍ଏଚ୍ଜିଙ୍କୁ ମିଳିଥିବା ୧୦ଲକ୍ଷର ଋଣ ଏବେ ବିନା ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କାର ଋଣ ପାଇବେ । କରୋନା ପାଇର୍ ସବୁ ରାଜ୍ୟମାନଙ୍କୁ ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିବେଦନ କରିଛନ୍ତି । କରୋନା ଟେଷ୍ଟ, ଚିକିତ୍ସା, ଔଷଧ ପାଇଁ ଏହି ପାଣ୍ଠିକୁ ଖର୍ଚ୍ଚ କରିବା ସେ କହିଛନ୍ତି । ମନରେଗା ଯୋଜନାରେ ଶ୍ରମିକଙ୍କୁ ଅତିରିକ୍ତ ୨ ହଜାର ଟଙ୍କା ଦିଆଯିବ । ଏହାଦ୍ୱାରା ୫ କୋଟି ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ସିଧା ସଳଖ ଜମାହେବ । ଏପ୍ରିଲ ପ୍ରଥମ ସପ୍ତାହରେ ଏହି ଟଙ୍କା ଜମା କରାଯିବ । ସେହିପରି କରୋନା ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସରକାର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିଛନ୍ତି । କରୋନା ମୁକାବିଲା କରୁଥିବା କର୍ମଚାରୀମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ \"କୋଭିଡ ଯୋଦ୍ଧା\' ନାମ ଦେଇଛନ୍ତି । ସେହିପରି ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ୩ମାସ ପର୍ଯ୍ୟନ୍ତ ୨୪% ଇପିଏଫ୍ ଜମା କରିବ କେନ୍ଦ୍ର ।

Comments
Post a Comment