ଦେଶର ଲକଡାଉନ ସମୟରେ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଇଛୁକ ବିଦ୍ୟାର୍ଥିମାନଙ୍କର ରେଜିଷ୍ଟ୍ରେସନ କରିବ ଏବିଭିପି
ସ୍ଥାନୀୟ ପ୍ରଶାସନ ଏବଂ ବିଭିନ୍ନ ବ୍ୟବସ୍ଥାରେ ସହଯୋଗ କରିବା ପାଇଁ ମଧ୍ୟ ସ୍ୱୟଂସେବକମାନଙ୍କର ମଧ୍ୟ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏହି ସ୍ୱୟଂସେବକମାନେ ପ୍ରଶାସନର ଯୋଜନା ଅନୁସାରେ କାର୍ଯ୍ୟ କରିପାରିବେ ।
ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶୁଶ୍ରୀ ନିଧି ତ୍ରିପାଠୀ ସମସ୍ତ ଶିକ୍ଷକ ତଥା ବିଦ୍ୟାର୍ଥିମାନ ମଧ୍ୟ ନିଜର ସମସ୍ୟା ଏବଂ ମତାମତ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦ ନିକଟକୁ ଅନ୍ଲାଇନ୍ ମାଧ୍ୟମରେ ପଠାଇବାକୁ ନିବେଦନ କରିଛି । ବିଦ୍ୟାଥି ପରିଷଦ ଏହି ଅଭିଯୋଗ, ସମସ୍ୟା, ମତାମତ ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନ ଓ ସରକାରଙ୍କ ନିକଟକୁ ପଠାଇ ତାର ନିରାକରଣ ପାଇଁ ପ୍ରୟାସ କରିବ ।

Comments
Post a Comment