ନୂଆଦିଲ୍ଲୀ, ୧୬/ ୪ : ଭାରତକୁ ସର୍ବଦା କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ପାକିସ୍ତାନ ଶେଷରେ କରୋନା ଯୋଗୁ କଲବଲ ହେବାରେ ଲାଗିଛି । କରୋନାକୁ ରୋକିବାରେ ଉପାଶୂନ୍ୟ ହୋଇପଡ଼ିଥିବା ପାକିସ୍ତାନ ଶେଷରେ ଭାରତ ଶରଣରେ ପଶିଛି । କରୋନା ପାଇଁ ଗେମ ଚେର ସାବ୍ୟସ୍ତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ ପାଇଁ ପାକିସ୍ତାନ ପଡ଼ୋଶୀ ଭାରତକୁ ଅନୁରୋଧ କରିଛି । ଏହାପୂର୍ବରୁ ଆମେରିକା, ବ୍ରାଜିଲ ଓ ଇସ୍ରାଏଲ ଭଳି ଅନେକ ଦେଶ କରୋନା ମୁକାବିଲା ପାଇଁ ଭାରତକୁ କ୍ଲୋରୋକୁଇନ ପାଇଁ ନିବେଦନ କରିଥିଲେ । ଭାରତ ମଧ୍ୟ ସେମାନଙ୍କୁ କ୍ଲୋରୋକୁଇନ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏମାନଙ୍କ ପରେ ଏବେ ପାକିସ୍ତାନ ମଧ୍ୟ ଭାରତକୁ କ୍ଲୋରୋକୁଇନ ମାଗିଛିୟ ପାକିସ୍ତାନରେ ୬ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି । ସେହିପରି ୧୨୪ରୁ ଅଧିକ ମୁଣ୍ଡ ମଧ୍ୟ କରୋନା ଯୋଗୁ ପ୍ରାଣ ହରାଇଲେଣି ।

Comments
Post a Comment