କଣିହାଁ: କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଅଧିନସ୍ଥ ବିଜିଗୋଳ ପଂଚାୟତ ଉଚ୍ଚବିଦ୍ୟାଳୟ ନିକଟସ୍ଥ ପାଣିଟାଙ୍କି ହଟିଂଗ୍ ବସ୍ତିରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ମହାମାରୀ କରୋନା ଭୁତାଣୁ ପ୍ରତିରୋଧ ନିମନ୍ତେ ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାନୁଷ୍ଠାନ,ଏନଟିପିସି ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା । ସଂପୃକ୍ତ ଶିକ୍ଷାନୁଷ୍ଠାନ ପ୍ରଧାନଆଚାର୍ଯ୍ୟା ସୁଶାନ୍ତ କୁମାର ତ୍ରିପାଠିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଦ୍ଧାନରେ ଅଭିଭାବକ, ଶିକ୍ଷାନୁଷ୍ଠାନର ଆଚାର୍ଯ୍ୟ/ ଆଚାର୍ଯ୍ୟା, କର୍ମଚାରୀ ମାନେ ସାମିଲ ହୋଇଥିଲେ । ହାତ ମୁହଁ କୁ ପରିଷ୍କାର ରଖିବା, ଘରୁ ବାହାରିବା ମାତ୍ରେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ, କଥାବାର୍ତ୍ତା ହେବା ସମୟରେ ଏକ ମିଟର ଦୂରତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ବସ୍ତି ବାସିନ୍ଦାଙ୍କୁ ମାକ୍ସ, ସାବୁନ ଓ ବିସ୍କୁଟ ବିତରଣ କରିଥିଲେ । ସେହିପରି ଶିକ୍ଷାନୁଷ୍ଠାନ ପକ୍ଷରୁ ଟେଲିଫୋନ ଭବନ ସମ୍ମୁଖରେ ଦୈନିକ ପରିବା ବଜାରରେ ବ୍ୟବସାୟୀ ଭାଇ ମାନଙ୍କୁ ସାବୁନ ଓ ବିସ୍କୁଟ ବିତରଣ କରି ଅନୁରୁପ ଭାବରେ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ ।

Comments
Post a Comment