
ଭୁବନେଶ୍ୱର,୨୧/ ୪: ଭୟଙ୍କର କରୋନା ଭାଇରସ
ଆତଙ୍କରେ ସାଧାରଣ ଜନତା ଯେତେବେଳେ ଭୟଭିତ
ସେହି ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜ
ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଛନ୍ତି
କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ।

କରୋନା ପାଇଁ ଲକ୍ ଡାଉନ ଥିବାରୁ ସମସ୍ତ ଦୋକାନ
ବଜାର ବନ୍ଦ । କିନ୍ତୁ ଏହି ସମୟରେ ବନ୍ଦ ହୋଇ ନାହିଁ
ସେମାନଙ୍କର ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗରର
କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ
ସକାଳୁ ସକାଳୁ କରୋନାକୁ ନଡରି ନିଜ ନିଜ କାମରେ ଲାଗି
ଯାଉଛନ୍ତି । ଆଜି ବିଶ୍ୱହିନ୍ଦୁ ପରିଷଦ ଓ ଯୋଗ କେନ୍ଦ୍ରର ଭାଇ
ଭଉଣୀମାନଙ୍କ ଦ୍ୱାରା ସରକାରୀ ନିୟମ କଟକଣାକୁ ପାଳନ
କରି ୱାଡ ନମ୍ବର ୪୭,୪୮ ଓ ୪୯ ର ସେହିି କୋଭିଡ
ଯୋଦ୍ଧା ଭାଇ ଓ ଭଉଣୀମାନଙ୍କୁ ସମ୍ବଦ୍ଧିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆନନ୍ଦ କୁମାର ପାଣ୍ଡେ,ପ୍ରତାପ ଷଡଙ୍ଗୀ,
ଶରତ କୁମାର ସାହୁ, ବିଦୁଲତା ସ୍ୱାଇଁ, ଚିନ୍ମୟୀ ଜେନା,
କୁମୁଦ ପଟ୍ଟନାୟକ, ଶରତ କୁମାର ମହାପାତ୍ର,
କ୍ଷୀରୋଦ ଚନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ମାର୍ଚ୍ଚ ୩୧ ତାରିଖ ଠାରୁ ପ୍ରତ୍ୟେକ ଦିନ ସକାଳ
ସମୟରେ ୯୦ରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧାଙ୍କୁ
ଚାହା ଓ ବିସ୍କୁଟ ସାମାଜିକ ଦୂରତ୍ୱ ରଖି ବଂଟନ କରାଯାଉଥିଲା ।
Comments
Post a Comment