ଭୁବନେଶ୍ୱର,୧୮ା୪ : କରୋନାକୁ ନେଇ ଆଜି ରାଜରୁ ମିଳିଛି ମିଶ୍ରିତ ଖବର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ହଟସ୍ପଟ ରାଜଧାନୀ ଭୁବନେଶ୍ୱରର ୩ଜଣ କରୋନା ଆକ୍ରାନ୍ତ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିବା ପରେ କୋଭିଡ ହସ୍ପିଟାଲରୁ ଆଜି ନିଜ ଘରକୁ ଫେରିଯାଇଛନ୍ତି । ସେହିପରି ଆଜି ରାଜ୍ୟରେ ଆଉ ଜଣେ ନୂତନ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ ନୂତନ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ । ଫଳରେ ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ ଗତକାଲି ୧୨ ଘଟିକା (ମଧ୍ୟରାତ୍ର) ସୁଦ୍ଧା ୮ ହଜାର ୬୧୯ ନମୁନା ପରୀକ୍ଷା ରିପୋର୍ଟ ମିଳିଛି । ଏଥିମଧ୍ୟରୁ ୬୧ଟି ପରୀକ୍ଷା ରିପୋର୍ଟ ପଜିଟିଭ ରହିଛି । ରାଜ୍ୟରେ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୦.୭ । ବର୍ତମାନ ସୁଦ୍ଧା ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ୨୪ଜଣ । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସକ୍ରିୟ ଥିବା ୩୬ଜଣ କରୋନା ରୋଗୀ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲମାନଙ୍କରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Comments
Post a Comment