ବରଗଡ ଜିଲ୍ଲାର ସେବାଭାରତୀ ପ୍ରକ୍ଷରୁ ରକ୍ତଦାନ ଶିବିର



ବରଗଡ ଜିଲ୍ଲାର ପଦ୍ମପୁର ତହସିଲରେ ସେବା କାର୍ଯ୍ୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ସ୍ଥାନରେ ଯଥା କୃଷ୍ଣାପାଲିର କୁଷ୍ଠାଶ୍ରମ ଚିତାଖୋଲ, ଚାରପାଲି ଇତ୍ୟାଦି ଶୁଖିଲା ଖାଦ୍ୟ, େଓ÷ାଷଧ କନସିଂହା ଛକ, ବରିହାପାଲି ଛକ, ସର୍ଗିବାହାଲ ଛକ, ଦିପ୍ତିପୁର ଛକ, ମେଲଛାମୁଣ୍ଡ ଛକ ଇତ୍ୟାଦି ସ୍ଥାନରେ ମାସ୍କ ବଣ୍ଟନ କରାଯାଇଥିଲା । ପ୍ରାୟ ୫୦ଜଣ ଭାଇ ଏହି କାର୍ଯ୍ୟରେ ଲାଗିଥିବାବେଳେ ୫୦୦ ଗରିବ ଲୋକ ଉପକୃତ ହୋଇଥିଲେ । ବରଗଡ ଜିଲ୍ଲାର ସେବାଭାରତୀ ପ୍ରକ୍ଷରୁ ରକ୍ତଦାନ ଶିବିର ବୀଣାପାଣି ଯୁବକସଂଘ ଦ୍ୱାରା ନିଲେଇପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଯୁବକମାନେ ଭାଗନେଇ କରୋନାର ସଙ୍କଟରୁ ରକ୍ଷାପାଇବା ପାଇଁ ଆବଶ୍ୟକ ସହଯୋଗ କରିଥିଲେ ।

Comments