କ’ଣ ସୂର୍ଯ୍ୟ କିରଣରେ କରୋନା ଶୀଘ୍ର ଧ୍ୱଂସ ହେବ



ୱାଶିଂଟନ, ୨୪/୪  : ଚୀନର ଉହାନ ସହରରୁ ଉତ୍ପନ୍ନ କରୋନା ଭାଇରସ ବୈଶ୍ୱିମ ମହାମାରୀରେ ପରିବର୍ତ୍ତିତ ହୋଇ ସମଗ୍ର ବିଶ୍ୱକୁ ନିଜ ଆଁରେ ଭର୍ତ୍ତି କରିସାରିଛି । ଏଯାବତ୍ କରୋନା ହେତୁ ସମଗ୍ର ବିଶ୍ୱରେ ୨୭ ଲକ୍ଷ ୪୮ ହଜାର ୯୩୮ ଜଣ ସଂକ୍ରମିତ ହୋଇଥିଲାବେଳେ ୧ ଲକ୍ଷ ୯୨ ହଜାର ୧୫୩ ଜଣ ପ୍ରାଣ ହରାଇ ସାରିଲେଣି । ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର ବୋଲାଉଥିବା ଆମେରିକାରେ ଏ ପର୍ଯ୍ୟନ୍ତ ସର୍ବାଧିକ ୫୦,୨୪୩ ଜଣ କରୋନାରେ ମୃତ୍ୟୁବରଣ କରିସାରିଥିଲାବେଳେ ଇଟାଲୀରେ ୨୫,୫୪୯; ସ୍ପେନରେ ୨୨,୫୨୪; ଫାନ୍ସରେ ୨୧,୮୫୬ ଏବଂ ବ୍ରିଟେନ୍‌ରେ ୧୮,୭୩୮ ଜଣ ପ୍ରାଣ ହରାଇ ସାରିଲେଣି । ତେବେ କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱର ତମାମ ବୈଜ୍ଞାନିକ ଦିନରାତି ଏକ କରି ଗବେଷଣାରେ ଲାଗି ପଡ଼ିଥିଲେ ହେଁ ଏଯାବତ୍ ଏହାକୁ ରୋକିବା ପାଇଁ କୌଣସି ସୁନିଶ୍ଚିତ ଔଷଧ ବା ଭାକ୍ସିନ ବାହାରି ପାରି ନାହିଁ । ସେପଟେ ସୂର୍ଯ୍ୟ କିରଣରେ କରୋନା ଭାଇରସ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ବୋଲି କେତେକ ଆମେରିକୀୟ ବୈଜ୍ଞାନିକ ଦାବି କରୁଛନ୍ତି । ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ବିଭାଗର ସାଇନ୍ସ ଓ ଟେକ୍ନୋଲଜି ପରାମର୍ଶଦାତା ୱିଲିୟମ ବ୍ରାଏନ କହିଛନ୍ତି ଯେ, ସୂର୍ଯ୍ୟ କିରଣ ହିଁ ଭାଇରସକୁ ମାରି ଦେଇଥାଏ ଉଭୟ ସରଫେସ ଓ ବାୟୁମଣ୍ଡଳରେ । ଯେଉଁସବୁ ଅଞ୍ଚଳରେ ଅତ୍ୟଧିକ ତାପମାତ୍ର ଓ ଗୁଳୁଗୁଳି ଅନୁଭତ ହୋଇଥାଏ, ସେଠାରେ ଭାଇରସ ସଂକ୍ରମଣର ଆଶଙ୍କା ବହୁତ କମ

Comments