ଭାରତର ଉହାନ ସାବ୍ୟସ୍ଥ ହେବ କି ପଶ୍ଚିମବଙ୍ଗ !



ରାଜ୍ୟରେ ସଂକ୍ରମଣ ସଂଖ୍ୟାରେ ବିଗତ ସପ୍ତାହ ଧରି ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି । ବାଲେଶ୍ୱର ଭଦ୍ରକ ଓ ଯାଜପୁରରେ ସ୍ଥିତି ବଢିଛି ।  ପଶ୍ଚିମ ବଙ୍ଗରୁ ରାଜ୍ୟ ମଧ୍ୟକୁ ଅନେକ ଲୋକ ଫେରିଛନ୍ତି । ଏବେ ପଶ୍ଚିମ ବଙ୍ଗରୁ ଆସିଥିବା ରାଜ୍ୟର ପ୍ରବାସୀ ଶ୍ରମିକ ମାନେ କାହିଁକି କରୋନା ସଂକ୍ରମିତ ହୋଇଥିଲେ ତାହା ଉପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ କରୋନକୁ ନେଇ କୋହଳ ମନୋଭାବକୁ ଦାୟୀ କରାଯାଇପାରେ । ମମତା କରୋନା ଲଢେଇ ଆରମ୍ଭରୁ ଏହାକୁ ଗୁରୁତର ସହ ନନେବାର ଗମ୍ଭୀର ଅଭିଯୋଗ ହୋଇଆସିଛି । ନିଜାମ୍ମୁଦିନ ଘଟଣାର ପର୍ଦ୍ଦାଫାଶ ହେବା ପରେ କିପରି ଭାବେ ନିଜାମୁଦ୍ଦିନରୁ ଫେରିଥିବା କରୋନା ସଂକ୍ରମିତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ବିଷ୍ଫୋରକ ଅବସ୍ଥା ସୃଷ୍ଟି କରିଛନ୍ତି ତାହା ସମସ୍ତଙ୍କୁ ଅବଗତ । ଅନ୍ୟ ରାଜ୍ୟ ମାନେ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ ମରକଜକୁ ଯାଇଥିବା ଲୋକମାନଙ୍କ ଓ ସେମାନଙ୍କ ସମ୍ପକରେ ଆସିଥିବା ଲୋକମାନଙ୍କ ତଥ୍ୟ ସଂଗ୍ରହ କରିବା ଓ ସେମାନଙ୍କ ନମୂନା ପରୀକ୍ଷା କରାଇଥିବା ବେଳେ ମମତା ଏପରି କରିନଥିବାର ଅଭିଯୋଗ ହୋଇଛି । ଏକ ନିଦ୍ଦିଷ୍ଠ ସମ୍ପ୍ରଦାୟ କାଳେ ଏହାକୁ ନେଇ ଆପତି ଉଠାଇବ ଓ ତାଙ୍କ ସରକାରଙ୍କ ଉପରେ ନାରାଜ ହୋଇଯିବ ସେହି କାରଣରୁ ମମତା ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେଇନଥିଲେ । ରାଜ୍ୟର ଅନେକ ବଡ ବଡ ବଜାର ଦେଶରେ ଲକଡାଉନ ଘୋଷଣା ସତ୍ୱେ ଖୋଲା ରହିଥିଲା । ରାଜ୍ୟରେ ଅନେକ ମସଜିଦରେ ନମାଜ ପାଠ ସ୍ୱାଭାବିକ ଚାଲିଥିଲା । କେନ୍ଦ୍ର ସରକାର ବାରମ୍ଭାର ଅଭିଯୋଗ କରିଆସୁଥିଲେ ଯେ, ମମତା ସରକାର ଆବଶ୍ୟକ ଟେଷ୍ଟ କରୁନାହାଁନ୍ତି । ଯାହାର ପରିଣାମ ସ୍ୱରୂପ ସେଠାରେ ସଂକ୍ରମଣ ଏବେ ବିଷ୍ଫୋରକ ସ୍ଥିତିରେ ପହଁଚିଛି । ପଶ୍ଚିମ ବଙ୍ଗରେ ଥିବା ଓଡିଶାର ଲୋକମାନେ ମଧ୍ୟ ଏହି କାରଣରୁ ବହୁ ସଂଖ୍ୟାରେ ସଂକ୍ରମିତ ହୋଇଛନ୍ତି । ମମତା ସରକାର ପରିବାର ବର୍ଗଙ୍କୁ ନଜଣାଇସେମାନଙ୍କ ଆତ୍ମୀୟ ସ୍ୱଜନଙ୍କ ହସ୍ପିଟାଲରେ ମୃତ୍ୟୁ ପରେ ଶବସତ୍କାର କରିଦେଉଥିବାର ଅଭିଯୋଗ ହେଉଛି । ସେଠାକାର ଏକ ବଡ ହସ୍ପିଟାଲରେ କରୋନା ରୋଗୀମାନଙ୍କମୃତ ଶରୀର ଚାରିପଟେ ପଡିରହିଥିଲା ଓ ସେହି ପଚା ଦୁର୍ଗନ୍ଧ ପରିବେଶରେରୋଗୀମାନଙ୍କ ଚିକିତ୍ସା କରାଯାଉଥିବାର ଦୃଶ୍ୟ ଭିଡିଓରେ ଭାଇରାଲ ହେବା ପରେ କେନ୍ଦ୍ର ସରକାର ଆକ୍ସନ ମୁଡରେ ଆସି ଇଂଟର ମିନିଷ୍ଟେରିଆଲ କମିଟି ପଶ୍ଚିମ ବଙ୍ଗକୁପଠାଇଥିଲା । କିନ୍ତୁ ଦୀଦୀ ଏହି କମିଟିକୁ ମଧ୍ୟ ସହଯୋଗ କରୁନାହାଁନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ମଧ୍ୟ ଦୀଦୀ ଲକଡାଉନକୁ ଠିକ ଭାବେ ଅନୁପାଳନ ନକରିବାଓ ଗରୀବ ମାନଙ୍କୁ ରାସନ ପହଁଚାଇବାରେ ପାତର ଅନ୍ତର କରିବାର ଗୁରୁତରଅଭିଯୋଗ ଆଣିଛନ୍ତି । ରାଜ୍ୟର ମେଦିନାପୁର, ଉତର ୨୪ ଫର୍ଗଣା, ହାଉଡା ,କୋଲକାତା ଓ ବର୍ଦ୍ଧମାନ ପରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ । ସରକାରୀ ହିସାବରେ ଏବେ ସେଠାରେ ପାଖାପାଖି ୪୦୦ ଆକ୍ରାନ୍ତଙ୍କୁଚିହ୍ନଟ କରାଯାଇଥିବା ବେଳେ ରାଜ୍ୟରେ ସ୍ଥିତି ଉଦବେଗଜନକ ବୋଲି କୁହାଯାଉଛିା ଏପରିକି ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରଠାରୁ ମଧ୍ୟ ଦୀଦୀଙ୍କରାଜ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ଯଦି ସମୟ ଥାଉ ଥାଉଦୀଦୀ କଠୋର ଭାବେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲେ ତେବେଏହା ଭାରତର ଉହାନ ସାବ୍ୟସ୍ଥ ହେବ ବୋଲି ଆଶଙ୍କା କରାଯାଉଛି ।

Comments