କେନ୍ଦୁଝର ଜିଲ୍ଲାରେ ଆରଏସ୍‌ଏସ୍‌ର ସେବାକାର୍ଯ୍ୟ


 


କେନ୍ଦୁଝର,୨୦ / ୪ : କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ଲକ୍ଷାଧିକ ମୃତ୍ୟୁବରଣ କରିଛନ୍ତି । ଆମେରିକା, ଇଂଲଣ୍ଡ, ଇଟାଲୀ, ଫ୍ରାନ୍ସ ଓ ସ୍ପେନ୍ ଆଦି ଦେଶରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି ଓ ସେଠାରେ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ତେଣୁ ବର୍ତମାନ ଆମ ଦେଶ ଓ ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂଣ୍ଣ । କୌଣସି ପ୍ରକାରେ କରୋନା ସଂକ୍ରମଣକୁ ରୋକିବାକୁ ହେବ । ସେଥିପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦୁଝର ଜିଲ୍ରା ତରଫରୁ ବିଭିନ୍ନ ସ୍ଥାନରେ ସଚେତନ କରାଯିବା ସହ ଅନେକ ପ୍ରକାର ସେବା ଯୋଗାଇ ଦିଆଯାଇଛି । କେନ୍ଦୁଝର ଜିଲ୍ଲାର ସ୍ୱୟଂସେବକମାନେ ଘଟଗାଁ ଖଣ୍ଡର ୩ଟି ସ୍ଥାନରେ ମାର୍ଚ୍ଚ ମାସ ୨୭ ତାରିଖରୁ ୧୫୦ ଜଣ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଦୁଇବେଳା ଯୋଗାଇ ଆସୁଛନ୍ତି । ଏଥିପାଇଁ ୭ଜଣ ସ୍ୱୟଂସେବକ କାମରେ ଲାଗିଛନ୍ତି । ହରିଚନ୍ଦନପୁର ଖଣ୍ଡର ୨ଟି ସ୍ଥାନରେ ୪୦ ଜଣଙ୍କୁ ସୁଖିଲା ଖାଦ୍ୟ ବଂଟନ କରାଯିବା ସହ ନଳକୂପ ସାନିଟାଇଜ କରାଯାଇଛି । ଏଥି ସହିତ ସାବୁନ ପ୍ରଦାନ କରାଯାଇ ହାତ ଧୋଇବା ପାଇଁ ସଚେତନ କରାଯାଇଛି । ଯୋଡା ଖଣ୍ଡରେ ଦୋକାନ ସାମନାରେ ସମଦୂରତା ରକ୍ଷା କରିବା ପାଇଁ ଚୂନ ପକାଇ ଗୋଲ କରାଯିବା ସହ ସୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ଏବଂ ପୋଲିସ ଭାଇମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଥିଲା । ଯୋଡାର ୩୭ଟି ସ୍ଥାନରେ ୧୦୦ ପରିବାରକୁ ଭୋଜନ ପ୍ୟାକେଟ ଓ ୨୫୦ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ବଡବିଲ ଠାରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବିତରଣ କରାଯିବା ସହିତ ଘର ପାଖରେ ପନି ପରିବା ପହଁଚାଇ ଦିଆଯାଇଥିଲା ।  ଏଠାରେ ମଧ୍ୟ ପୋଲିସ ଭାଇ ଓ ଭଉଣୀମାନଙ୍କୁ ଚା ଓ ଜଳପାନ ଯୋଗାଇ ଦିଆଯାଉଛି । ବଡବିଲର ୫୦ଟି ସ୍ଥାନରେ  ୩୦୦୦ ପରିବାରକୁ ସୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ୫୦୦ ପ୍ୟାକେଟ ରନ୍ଧାଖାଦ୍ୟ ଦିଆଯାଇଛି । କେନ୍ଦୁଝର ଖଣ୍ଡରେ ସହାୟତା ପାଇଁ ସ୍ୱୟଂସେବକ ଭାଇମାନଙ୍କ ସହାୟତା ନମ୍ବର ଦିଆଯାଇଥିଲା । ସ୍ୱୟଂସେବକ ଭାଇମାନଙ୍କୁ ଫୋନ ଆସିବା ପରେ ସେହି ଭାଇମାନେ ଔଷଧପତ୍ର, ମାସ୍କ ଓ ସାବୁନ ନେଇ ସେମାନଙ୍କ ନିକଟରେ ପ୍ରଦାନ କରୁଥିଲେ । ୧୫ଜଣ ସ୍ୱୟଂସେବକ ୫ଟି ସ୍ଥାନରେ ୧୦୫ ପରିବାରରେ ସୁଖିଲା ଖାଦ୍ୟ ବିତରଣ କରିଛନ୍ତି । ଝୁମ୍ପୁରା ର ୪ଟି ସ୍ଥାନରେ  ୮ଜଣ ସ୍ୱୟଂସେବକ ୧୦୦ଟି ପରିବାରରେ ସୁଖିଲା ଖାଦ୍ୟ ପହଁଚାଇଛନ୍ତି । ଘସିପୁରା ଖଣ୍ଡରେ ୩ଟି ସ୍ଥାନରେ ୫ ଜଣ ସ୍ୱୟଂସେବକ ୮୦ଟି ମାସ୍କ ବିତରଣ କରିଥିବା ବେଳେ ଏହି ଖଣ୍ଡରେ ସୁଖିଲା ଖାଦ୍ୟ ସହିତ ସାବୁନ ବିତରଣ ମଧ୍ୟ କରାଯାଇଛି । ଆନନ୍ଦପୁର ଖଣ୍ଡର ୨ଟି ସ୍ଥାନରେ ୧୦୦ଟି ଭୋଜନ ପ୍ୟାକେଟ ବିତରଣ କରାଯିବା ସହ ଟ୍ରକ ଡ୍ରାଇଭରମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ୭୧ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଏହି ସବୁ ସେବାକାମରେ ସାମିଲ ହୋଇଛନ୍ତି ।



Comments