ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବାକାମ


ବ୍ରହ୍ମପୁର,୧୯/ ୪: ସାରା ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଭଳି କଡାନିୟମ ସରକାର ପ୍ରତ୍ୟେକ ଜିଲ୍ଲାରେ ଲାଗୁକରିଛନ୍ତି । ଯାହା ଫଳରେ ସାଧାରଣ ଲୋକ ଘରୁ ବାହାରିପାରୁ ନାହିଁ । ଏହି ସମୟରେ ଯେଉଁମାନଙ୍କ ପାଖରେ କିଛି ନାହିଁ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା ସମସ୍ୟା ଦେଖାଦେଇଛି । ସେହିମାନଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟରେ ଦେବଦୂତ ହୋଇ ଠିଆ ହୋଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ।  ଗଂଜାମ ଜିଲ୍ଲାରେ ଏହିପରି ଅସୁବିଧାରେ ସମ୍ମୁଖିନ ହୋଇଥିବା ବ୍ୟକ୍ତିଙ୍କୁ ସଂଘର ସ୍ୱୟଂସେବକମାନେ ସାହାଯ୍ୟର ହାତ ବଢାଇ ଥିଲେ । ଏହିଭଳି ଘଡ଼ିସନ୍ଧି ସମୟରେ ଅସହାୟ, ନିସ୍ୱ ଓ ନିରାଶ୍ରୟମାନଙ୍କ ନିମନ୍ତେ ୪ ଦିନ ଧରି ରନ୍ଧାଖାଦ୍ୟ ଯୋଗାଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦୁଇ ଶହ ବ୍ୟକ୍ତିଙ୍କୁ ଏହି ରନ୍ଧାଖାଦ୍ୟ ଦିଆଯାଉଥିଲା ।ପ୍ରତିଦିନ ସାତ ପରିବାରକୁ ଚାଉଳ, ଚୁଡା, ଆଳୁ, ପିଆଜ, ଜାଇ ଆଦି ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି ।  ବ୍ରହ୍ମପୁରର ବିଭିନ୍ନ ଅଂଚଲରେ ୩୦୦୦ ମାସ୍କ ବିତରଣ କରିଛନ୍ତି ସ୍ୱୟଂସେବକ । ୧୭ଟି ସ୍ଥାନରେ ପ୍ରତିଦିନ ୨୦୦ ଗାଈଙ୍କୁ ପଶୁଖାଦ୍ୟ ଦିଆଯାଇଛି । ୬୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ବ୍ରହ୍ମପୁରରେ ହେଉଥିବା ଏହି ସେବାକାମରେ ସାମିଲ ହୋଇଥିଲେ । 

Comments