ନୂଆଦିଲ୍ଲୀ, ୧୬/୪ : କରୋନା ବିରୋଧରେ ଲଢେଇ ପାଇଁ ଆବଶ୍ୟକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ (ପିପିଇ)ର ଅଭାବ ଦୂର କରିବା ପାଇଁ ସରକାର ଚୀନରୁ କୀଟ୍ ମଗାଇଛନ୍ତି । ମାତ୍ର ଚୀନରୁ ଆସିଥିବା ପିପିଇ କିଟ୍ ମଧ୍ୟରୁ ଅନେକ ବ୍ୟବହାର ଉପଯୋଗୀ ହେଉ ନ ଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଇତିମଧ୍ୟରେ ଚୀନରୁ ୬.୫ ଲକ୍ଷ ଟେଷ୍ଟିଂ କିଟ୍ ଆସୁଛ । କେବଳ ଭାରତ ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରକୁ ପିପିଇ କିଟ୍ସ ପଠାଇଛି ଚୀନ । କିନ୍ତୁ ମେଡିକାଲ କିଟ୍ ଯୋଗାଣ ଆଳରେ ଚୀନ ଏକ ପ୍ରହସନ କରୁଛି ଏବଂ ଏହି କିଟ୍ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ଏହାକୁ ଭାରତ ପୂର୍ବରୁ ୟୁରୋପୀ ଦେଶମାନେ ମଧ୍ୟ ନାପସନ୍ଦ କରିସାରିଲେଣି । ଏହି କିଟ୍ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଏବଂ ଅନେକ କିଟ୍ ପିନ୍ଧିବା ମାତ୍ରେ ଫାଟିଯାଉଛି । ସେହିପରି ଚୀନ ନିର୍ମିତ ମାସ୍କଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ପ୍ରକାଶ୍ୟ ଯେ, କିଛି ଦିନ ତଳେ ଚୀନର ତାର ବନ୍ଧୁ ରାଷ୍ଟ୍ର ପାକିସ୍ତାନକୁ ଅଣ୍ଡରଓୟାରରେ ପ୍ରସ୍ତୁତ ମାସ୍କ ପଠାଇଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରକାଶଥାଉ କି, ଏପ୍ରିଲ ୫ ତାରିଖ ସୁଦ୍ଧା ଭାରତରେ ଚୀନରୁ ଆସିଥିବା ପ୍ରାୟ ୧.୭୦ ଲକ୍ଷ ପିପିଇ କିଟ ସପ୍ଲାଇ ଆସିଥିଲା । ଏଥିରୁ ୫୦, ୦୦୦ କିଟ୍ କରୋନା ଟେଷ୍ଟ କରିବାରେ ବିଫଳ ହୋଇଥିଲା । ଏହି ଉପକରଣର ଯାଞ୍ଚ ଗ୍ୱାଲିୟର ସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ସ୍ଥିତ ଲାବୋରଟୋରୀରେ ହୋଇଥିଲା । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତ କେବଳ ସିଓ ଓ ଏଫ୍ଡିଏ ଦ୍ୱାରା ମାନ୍ୟତା ପ୍ରାପ୍ତ ପିପିଇ କିଣୁଛି । ଏଠି କହି ରଖିବୁ ଅନେକ ଉପକରଣ ଦାନ ସୂତ୍ରରେ ମିଳୁଛି ଯାହା କ୍ଲାଲିଟି ଟେଷ୍ଟରେ କଟି ଯାଉଛି । ଅନ୍ୟପକ୍ଷେ ଦେଶରେ ଦୈନିକ ୧ ଲକ୍ଷ ପିପିଇର ଆବଶ୍ୟକତା ରହିଛି । ତେବେ ସାରା ବିଶ୍ୱରେ ଏହାର ଆବଶ୍ୟକତା ବଢୁଥିବାରୁ ପର୍ଯ୍ୟାପ୍ତ ପରିମାଣର କିଟ ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଭାରତ ସରକାର ବିଦେଶୀ ଦେଶ ଉପରେ ପିପିଇ ପାଇଁ ନିର୍ଭର ନ କରି ନିଜସ୍ୱ ଉଦ୍ୟମରେ ଘରୋଇ କମ୍ପାନୀ ଦ୍ୱାରା ଏହାକୁ ପ୍ରସ୍ତୁତ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ।

Comments
Post a Comment