ଚାଇନାକୁ ଭାରତର ଜବାବ


ନୂଆଦିଲ୍ଲୀ, ୧୬/୪  : ଚାଇନାର ଉହାନ ପ୍ରଦେଶ ହେଉଛି କରୋନାର ଏନ୍ତୁଡ଼ିଶାଳା । ଚୀନ ତା’ ଦେଶରେ ମାତ୍ର ୩,୩୪୨ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସଫେଇ ଦେଇ ଆସୁଥିଲାବେଳେ ପ୍ରକୃତ ବାସ୍ତବତା ଢେର ଅଧିକ । ପରେ ଚୀନ ଏହି ରୋଗର ମୁକାବିଲା ପାଇଁ ଆବଶ୍ୟକ ଆଣ୍ଟି ବଡି ବେସଡ୍ ରାପିଡ ଟେଷ୍ଟ କିଟ(ଆରଟିକେ) କରିଛି ବୋଲି ଦାବି କରିଛି । ମାତ୍ର ଏହାକୁ ସେ ଜନସେବା ବା ମାନବସେବା ପାଇଁ ନୁହେଁ ବରଂ ବାହାର ଦେଶକୁ ଚଢ଼ା ଦରରେ ବିକି ମୋଟା ଅଙ୍କର ମୁନାଫା କମାଇବା ଉଦ୍ଦେଶ୍ୟରେ ନିର୍ମାଣ କରିଛି । ତେଣୁ ଚୀନ ପ୍ରସ୍ତୁତ ଆର୍‌ଟିକେକୁ କ୍ରୟ କରିବାକୁ ଭାରତ ମନା କରିଦେବା ସହ ନିଜ ସ୍ୱଦେଶୀ ଜ୍ଞାନ କୌଶଳରେ ଆର୍‌ଟିକେ ନିର୍ମାଣ କରିବା ଆରମ୍ଭ କରିସାରିଛି । ଦେଶର ୩ଟି ୩ଟି ଉତ୍ପାଦନ କମ୍ପାନୀ ମଧ୍ୟରୁ ୨ଟି ଏହାକୁ ତିଆରି ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ସଂଗଠନ(ସିଡିଏସସିଓ)ର ନିର୍ଦ୍ଦେଶକ୍ରମେ ୩ଟି ଭାରତୀୟ କମ୍ପାନୀକୁ ଆରଟିକେ ତିଆରି କରିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଭାରତ ସରକାର ଦେଶରେ କରୋନାର ରାପିଡ ଟେଷ୍ଟ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସରକାର ଚାଇନାଠାରୁ ଆରଟିକେ ଆଣିବାକୁ ଅର୍ଡର ଦେଇଥିଲେୟ ଚାଇନା ପ୍ରଥମେ ଏପ୍ରିଲ ୫ ଓ ପରେ ଏପ୍ରିଲ ୯ରେ ଏହାକୁ ଦେବ ବୋଲି କହିଥିଲା । ହେଲେ ଏଯାଏ ଏହା ଭାରତରେ ପହଞ୍ଚି ନଥିବାରୁ ସରକାର ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରଣାଳୀରେ ଏହି କିଟ୍ର ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମର୍ମରେ ଆଇସିଏମଆର କମ୍ପାନୀମାନଙ୍କୁ ଆରଟିକେ ର୍ନିମାଣ କରିବା ପାଇଁ ପ୍ରସ୍ତାବ ଦେଇଛି । ଏହାପରେ ଦିଲ୍ଲୀର ଭାନଗାର୍ଡ ଡାଇଗ୍ନୋଷ୍ଟିକ, କେରଳର ଏଚଏଲଲଏ ଲାଇଫ କେୟାର ଲିଃ ଓ ଗୁଜରାଟର ଭୋକ୍ସଟୁର ବାଓ ଲିଃ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ଏଚଏଲଏଲ ଓ ଭୋକ୍ସଟୁର ର୍ନିମାଣ କାମ ଆରମ୍ଭ କରିସାରିଛନ୍ତି ।

Comments