ବିଶ୍ୱ ହିନ୍ଦୁ ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଅପ୍ରେଲ ୨୭ ତାରିଖ ଦିନ ଏକ ଲିଖିତ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ପରିଷଦର ଜିଲ୍ଲା କର୍ମକର୍ତା ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଚଳିତ ମାସ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘଟ ଠାରେ ଦୁଇଜଣ ସନ୍ଥ ଓ ତାଙ୍କୁ ସହଯୋଗୀଙ୍କୁ କିଛି ଦୁର୍ବୁତ ପିଟିପିଟି ହତ୍ୟା କରିଥିଲେ । ଏହି ହତ୍ୟାକାରୀ ମାନଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ଏଥିରେ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ବାନାମ୍ବର ସାହୁ, ସଂପାଦକ ପବିତ୍ର ମୋନହ ସ୍ୱାଇଁ, ସହ ସଂପାଦକ ଅଜିତ କୁମାର ଦାସ ଙ୍କ ସମେତ ଗୈାରାଙ୍ଗ ଚରଣ ପ୍ରଧାନ, ଶ୍ରୀଧର ନାଥ, ପ୍ରଭାତ କୁମାର ମହାନ୍ତି, ଗୋପୀନାଥ ତ୍ରିପାଠୀ, ରମେଶ କୁମାର ସାହୁ, ଭବାନୀ ଶଙ୍କର ପତି ଓ ଅଭିଷେକ କର ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment