ବାହାର ରାଜ୍ୟରୁ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବା ନିଷ୍ପତିକୁ ଏବିଭିପିର ସ୍ୱାଗତ


ଭୁବନେଶ୍ୱର  : ୩୦/ ୦୪: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ସଦାସର୍ବଦା ଛାତ୍ରସମାଜ ପାଇଁ କାମ କରି ଆସୁଛି । ଏହି ଲକଡାଉନ ସମୟରେ ରାଜ୍ୟ ସରକାର ରାଜସ୍ଥାନ କୋଟାରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଥିବା ପଦକ୍ଷେପକୁ ଏବିଭିପି ସ୍ୱାଗତ ଜଣାଉଛି । ୪ଟି ବସରେ ମୋଟ ୧୧୬ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିବେ । ଦେଶରେ ଚାଲିଥିବା ଏହି ଲକଡାଉନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କରିଥିଲା, ଏହା ମାଧ୍ୟମରେ ମୋଟ ୯୬୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କରିଥିଲା, ଏହା ମାଧ୍ୟମରେ ମୋଟ ୯୬୩ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାର୍ଥୀ ପରିଷଦ ଦ୍ୱାରା ସାହାଯ୍ୟର ହାତ ବଢା ଯାଇଥିଲା । ଏହି ସମୟରେ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାସନ, ସାବୁନ, ମାସ୍କ, ଖାତା, ବହି ଆଦି ଦିଆଯାଇଛି । କୋଟାରେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଖାଇବାକୁ ଠିକ ଭାବରେ ମିଳୁ ନଥିଲା । ତେବେ ଏହି ଦୀର୍ଘ ଦିନର ଲକଡାଉନ ମଧ୍ୟରେ ସେମାନେ ବହୁ ସମସ୍ୟା ସାମ୍ନା କରିଥିଲେ । ବାହାର ରାଜ୍ୟର ଛାତ୍ରଛାତ୍ରୀ ନଥିବାରୁ ହଷ୍ଟେଲ, ଏକ ପ୍ରକାରର ଏକାନ୍ତରେ ରହୁଥିଲେ । ତେବେ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନ ଦୃଢ ହେବା ସହ ଆଗାମୀ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ରହିବେ । ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କୋଟାରୁ ଫେରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶା ଆସି କିପରି ମେଡିକାଲାରେ ଠିକ ଯତ୍ନରେ ରହିବେ ସେ ବିଷୟରେ ଦୃଢ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଅନ୍ୟ ରାଜ୍ୟମାନଙ୍କରୁ ଛାତ୍ରଛାତ୍ରୀମାନେ କିପରି ଆସିପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ଏବଂ ଏଥିରେ ଏବିଭିପିର ଯେକୌଣସି ସାହାଯ୍ୟ ଆବଶ୍ୟକ ହେଲେ ସଂଗଠନ ନିଶ୍ଚିତ ସହଯୋଗ କରିବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୃତି ଦେଇଛନ୍ତି ।

Comments